ଜମ୍ମୁ ଓ କଶ୍ମୀର : ୧୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଗୁଲାମ ନବୀଙ୍କ ଡିପିଏପି

ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ଡିପିଏପି ଜମ୍ମୁ ଓ କଶ୍ମୀରର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୧୩ଟି ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି।

ଅଦ୍ୟତନ ହୋଇଛି
gulam

ଶ୍ରୀନଗର : ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ଡିପିଏପି ଜମ୍ମୁ ଓ କଶ୍ମୀରର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୧୩ଟି ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ମୀର ଅଲତାଫ ହୁସେନଙ୍କୁ ଅନନ୍ତନାଗରୁ ପ୍ରାର୍ଥୀ କରାଯାଇଥିବାବେଳେ ହଜରତବଲରୁ ପୀର ବିଲାଲ ଅହମ୍ମଦଙ୍କୁ ପ୍ରାର୍ଥୀ କରାଯାଇଛି । ଦୋଡା ପୂର୍ବରୁ ଆବ୍ ମାଜିଦ୍ ଓ୍ବାନିଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଖାନାୟରୁ ଅମୀର ଅହମ୍ମଦ ଭଟଙ୍କୁ ପ୍ରାର୍ଥୀ କରାଯାଇଛି ।

list

ସେହିପରି ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ। ସେହିପରି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ୩ ଜଣ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିସାରିଛି। ପିଡିପି କିସ୍ତୱାରରୁ ପୂର୍ବତନ ଏମଏଲସି ଫିରଦୌସ ଟାକ୍, ଇନ୍ଦ୍ରୱାଲରୁ ଶେଖ ନାସିର ହୁସେନ ଏବଂ ପଦର-ନାଗସେନି ବିଧାନସଭା ଆସନରୁ ଗାସନଦେଶ ମହାଜନଙ୍କୁ ଟିକେଟ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe