ଗରିବଙ୍କ ଈଶ୍ବର ପାଲଟିଛନ୍ତି ନିଜେ ଦାରିଦ୍ର୍ୟ ଭିତରେ ବଢ଼ିଥିବା ଏହି ଡାକ୍ତର, ଚାକିରି ଛାଡ଼ି କରୁଛନ୍ତି ମାଗଣା ଚିକିତ୍ସା

ଗରିବଙ୍କ ଈଶ୍ବର ପାଲଟିଛନ୍ତି ନିଜେ ଦାରିଦ୍ର୍ୟ ଭିତରେ ବଢ଼ିଥିବା ଏହି ଡାକ୍ତର, ଚାକିରି ଛାଡ଼ି କରୁଛନ୍ତି ମାଗଣା ଚିକିତ୍ସା

hindi.thebetterindia.com

ସୁନ୍ଦରବନ: ସଂସାରରେ ଯଦିଓ ଖରାପ ଲୋକ ଅଛନ୍ତି, ସେହି ତୁଳନାରେ କିଛି ଭଲ ଲୋକ ବି ରହିଛନ୍ତି । ଯେଉଁଥିପାଇଁ ଉଚିତ ସନ୍ତୁଳନ ରହିଛି। ଆଜି ଆମେ କହିବୁ ସେପରି ଜଣେ ଭଲ ଡାକ୍ତରଙ୍କ ବିଷୟରେ, ଯିଏକି ୧୦ ବର୍ଷ ହେବ ଗରିବମାନଙ୍କର ମାଗଣାରେ ଚିକିତ୍ସା କରି ଆସୁଛନ୍ତି।

ଡାକ୍ତର ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ସୁନ୍ଦରବନର। ସେ ନିଜେ ପିଲାଦିନେ ଏକ ନିହାତି ଗରିବ ପରିବାର‌ରେ ଜନ୍ମ ହୋଇଥିବା ବେଳେ ଏବେ ସାଜିଛନ୍ତି ଗରିବଙ୍କ ପାଇଁ ଭଗବାନ। ଏହା ମଧ୍ୟରେ ସେ ତାଙ୍କର ଏହି ମହାନତା ପାଇଁ ଅନେକ ପୁରସ୍କାର ବି ଜିତିଛନ୍ତି।

ଏହି ଡାକ୍ତରଙ୍କ ନାମ ହେଉଛି ଫାରୁକ୍‌ ହୁସେନ୍‌। ଅଜି ଯଦିଓ ସେ ଜ‌ଣେ ଉତ୍ତମ ଡାକ୍ତର, ହେଲେ ଦାରିଦ୍ର୍ୟ ଭିତରେ ବିତାଇଥିବା ନିଜର ପିଲାଦିନକୁ ସେ କେବେ ବି ଭୁଲିନାହାନ୍ତି। ସେଇଥିପାଇଁ ତ ଆଜି ବି ନିଜ ସହ କରିଥିବା ସେ ପିଲାଦିନର ପ୍ରତିଜ୍ଞାକୁ ନିଭାଇ ଚାଲିଛନ୍ତି।

ପିଲାଦିନେ ଫାରୁକ୍‌ ନିଜକୁ କଥା ଦେଇଥିଲେ ଯେ ବଡ଼ ହେବା ପରେ ସେ ଗରିବଙ୍କ ସେବା କରିବେ। ଆଜକୁ ୧୦ ବର୍ଷ ହେବ ସୁନ୍ଦରବନ ଅଞ୍ଚଳରେ ସେ ଏପରି ଏକ ହସ୍ପିଟାଲ୍‌ ଚଳାଉଛନ୍ତି, ଯେଉଁଠାରେ ଗରିବଙ୍କୁ ସମସ୍ତ ପ୍ରକାରର ସ୍ବାସ୍ଥ୍ୟ ସୁବିଧା ମାଗଣାରେ ମିଳୁଛି।

ଏହି କାରଣରୁ ଲୋକେ ତାଙ୍କୁ ‘ବିନା ଟଙ୍କାର ଡାକ୍ତର’ ବୋଲି କହିବା ଆରମ୍ଭ କରିଛନ୍ତି। ଡକ୍ଟର ଫାରୁକ୍‌ ପ୍ରାଥମିକ ଶିକ୍ଷା ନିଜ ଗାଁରୁ ଆରମ୍ଭ କରିଥିଲେ। ପରେ ସେ କୋଲକାତାର ମିସନ ସ୍କୁଲ୍‌‌ରେ ନାମ ଲେଖାଇଥିଲେ। ସେଇଠାରେ ହିଁ ସେ ଡାକ୍ତର ହେବାର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ। ପରେ ସେ ବାଙ୍କୁରା ମେଡିକାଲ୍‌ କଲେଜ୍‌ରେ ଏମ୍‌ବିବିଏସ୍‌ ପାଠ ପଢ଼ି ପରେ ଚାକିରି ପାଇଥିଲେ।

ହେଲେ ୨୦୧୪ ମସିହାରେ ସେ ଚାକିରି ଛାଡ଼ି ନିଜ ଗାଁରେ କିଛି ଯୁବକଙ୍କ ସହାୟତାରେ ଏକ ସ୍ବେଚ୍ଛାସେବୀ ସଂଗଠନ ଆରମ୍ଭ କଲେ। ଏବେ ତାଙ୍କ ସଂଗଠନ ‘ନବ ଦିଗନ୍ତ’ ଜରିଆରେ ନିଜ ଅଞ୍ଚଳର ଅନେକ ସମସ୍ୟାର ସମାଧାନ କରୁଛନ୍ତି। ସେଠାରେ ସେ ଏକ ସ୍କୁଲ୍‌ ବି ବନାଇଛନ୍ତି। କେବଳ ସେତିକି ନୁହେଁ, ସେହି ଅଞ୍ଚଳରେ ‘ସାନିଟାରି ନାପ୍‌କିନ୍‌’ର ପ୍ରଚାର ପାଇଁ ସେ ଝିଅ ଓ ବୋହୂମାନଙ୍କୁ ମାଗଣାରେ ପ୍ୟାଡ୍‌ ବି ଯୋଗାଉଛନ୍ତି।

ତାଙ୍କର ଏହି ସବୁ କାମ ପାଇଁ ତାଙ୍କ ନାଁ ୨୦୨୧ ମସିହାରେ ‘ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ’ରେ ସ୍ଥାନ ପାଇଛି। ତାଙ୍କୁ ଅନେକ ଥର ରାଜ୍ୟସ୍ତରରେ ବି ସମ୍ମାନିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe