ଓଡ଼ିଆ ଭାଷାରେ ଜଙ୍ଗଲ ସଂରକ୍ଷଣ ଅଧିନିୟମ ଡ୍ରାଫ୍ଟ ଚିଠା

Advertisment
ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ଆଜି

Sadhan Mukherjee

ନୂଆଦିଲ୍ଲୀ : ୧୯୮୦ରୁ କାର୍ଯ୍ୟକାରୀ ଜଙ୍ଗଲ (ସଂରକ୍ଷଣ) ଅଧିନିୟମର ପ୍ରସ୍ତାବିତ ସଂଶୋଧନକୁ ନେଇ ଚଳିତ ମାସ ୪ ତାରିଖରେ ଇଂରାଜୀ ଭାଷାର ଡ୍ରାଫ୍ଟ ଚିଠାକୁ ସର୍ବସାଧାରଣଙ୍କ ମତାମତ ପାଇଁ ସାର୍ବଜନୀନ କରାଯାଇଥିଲା। ଏହାକୁ ନେଇ କିଛି ଦଳର ନେତା ଆପତ୍ତି ଉଠାଇଥିଲେ। ସେମାନଙ୍କର ଅଭିଯୋଗ ହେଲା, ଡ୍ରାଫ୍ଟ ଚିଠା ଇଂରାଜୀ ଭାଷାରେ ଜାରି କରାଯାଇଥିବାରୁ ବିଶେଷତଃ ଆଦିବାସୀମାନଙ୍କୁ ଏହା ଉପରେ ମତାମତ ‌ଜଣାଇବାରେ ଅସୁବିଧା ହେବ। ଆଂଚଳିକ ଭାଷାରେ ଚିଠାକୁ ପ୍ରକାଶ କରାଗଲେ ସମ୍ବନ୍ଧିତ ରାଜ୍ୟର ଆଦିବାସୀମାନଙ୍କ ପାଇଁ ସହଜସାଧ୍ୟ ହେବ ତଥା ସେମାନେ ମତାମତ ଦେଇ ପାରିପାରିବେ। ଏହା ପରେ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ବାରା ଚଳିତ ମାସ ୧୮ରେ ହିନ୍ଦୀ ଭାଷାରେ ଏବଂ ଆଜି ଓଡ଼ିଆ ସମେତ ଗୁଜରାଟୀ, ତେଲୁଗୁ, ବଙ୍ଗଳା, ପଂଜାବୀ , ମରାଠୀ, ମଣିପୁରୀ, କନ୍ନଡ ଓ ମାଲାୟାଲାମ୍‌ ଭାଷାରେ ପ୍ରସ୍ତାବିତ ସଂଶୋଧନ ଡ୍ରାଫ୍ଟ ଚିଠା ଜାରି କରାଯାଇଛି। ନଭେମ୍ବର ୧, ୨୦୨୧ ମଧ୍ୟରେ ଏହା ଉପରେ ମତାମତ ଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe