ଇସ୍ପାତ ପୁଞ୍ଜର ବିକାଶ ପାଇଁ ଚିଠା ନୀତି ପ୍ରସ୍ତୁତ

Advertisment
ଇସ୍ପାତ ପୁଞ୍ଜର ବିକାଶ ପାଇଁ ଚିଠା ନୀତି ପ୍ରସ୍ତୁତ

Mint

ନୂଆଦିଲ୍ଲୀ : ଦେଶରେ ଇସ୍ପାତ ପୁଞ୍ଜର ବିକାଶ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଏକ ଚିଠା ନୀତି ପ୍ରସ୍ତୁତ କରିଛି । ବର୍ତ୍ତମାନର ଇସ୍ପାତ ପୁଞ୍ଜଗୁଡିକର ବିକାଶ ସହ ପରିବେଶ ଅନୁକୂଳ ସବୁଜିମା ଭରା ଇସ୍ପାତ ପୁଞ୍ଜର ବିକାଶ ନେଇ ଏହି ଚିଠା ନୀତିରେ ଉଲ୍ଲେଖ ରହିଛି।

ଏହି ଇସ୍ପାତ ପୁଞ୍ଜ ଦେଶକୁ ଆତ୍ମନିର୍ଭର କରିବା ସହ ବିଶେଷକରି ପୂର୍ବ ଭାରତରେ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ । ଇସ୍ପାତ ମନ୍ତ୍ରାଳୟର ପୂର୍ବୋଦୟ ନୀତିର ଅଂଶବିଶେଷ ଭାବେ ଏହି ଇସ୍ପାତ ପୁଞ୍ଜଗୁଡିକ ଦେଶର ପୂର୍ବଭାଗ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା କରାଯିବ । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଲୋକସଭାକୁ ଏହା ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe