ମୋ ଚିଠି ପାଇଁ ଦ୍ରୌପଦୀଙ୍କୁ ସପା ଭୋଟ ମିଳିଛି: ଶିବପାଲ

Advertisment
ମୋ ଚିଠି ପାଇଁ ଦ୍ରୌପଦୀଙ୍କୁ ସପା ଭୋଟ ମିଳିଛି: ଶିବପାଲ

ଲକ୍ଷ୍ନୌ  ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ ଓ ତାଙ୍କ ଦାଦା ଶିବପାଲ ସିଂହ ଯାଦବଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନରେ ସପାର କିଛି ବିଧାୟକ ‌ଏନଡିଏ ପ୍ରାର୍ଥୀ ‌ଦ୍ରୌପଦୀ ମୁର୍ମୁଙ୍କୁ ଯେଉଁ ଭୋଟ ଦେଇଛନ୍ତି ତାହାର ଶ୍ରେୟ ସେ ନିଜେ ଦାବି କରିଛନ୍ତି। ସେ କହିଛନ୍ତି ଅତୀତରେ ଯଶୱନ୍ତ ସିହ୍ନା ନେତାଜୀ (ମୁଲାୟମ ସିଂହ ଯାଦବ)ଙ୍କୁ ଅପମାନିତ କରିଥିଲେ। ଏ ସଂପର୍କରେ ସେ ସପା ମୁଖ୍ୟଙ୍କୁ ଚିଠି ଲେଖିଥିଲେ। ଫଳରେ ସପାରେ କ୍ରସ ଭୋଟିଂ ସମ୍ଭବ ହୋଇଛି। ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମୟ ନେଇ ସେ ତାଙ୍କୁ ଭେଟିବେ ବୋଲି କହିଛନ୍ତି। ‌ପ୍ରଥମ ଥର ପାଇଁ ଜଣେ ଆଦିବାସୀ ରା‌ଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ସେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ମୁଲାୟମଙ୍କୁ ଯଶୱନ୍ତ ସିହ୍ନା ଆଇଏସଆଇ ଏଜେଣ୍ଟ କହିଥିଲେ। ତେଣୁ ତାଙ୍କୁ ଆମେ କେବେ ସମର୍ଥନ କରିବା ଉଚିତ ହେବନାହିଁ ବୋଲି ଶିବପାଲ ଅଖିଳେଶ ଯାଦବଙ୍କୁ କହିଥିଲେ। ଯେଉଁ ସପା ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି ସେମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରି ସେମାନଙ୍କ ନିଷ୍ଠା ଦେଖାଇଛନ୍ତି। ପ୍ରକୃତ ସମାଜବାଦୀ କୌଣସି ପରିସ୍ଥିତିରେ ନେତାଜୀ ମୁଲାୟମ ସିଂହ ଯାଦବଙ୍କ ଅପମାନକୁ ବରଦାସ୍ତ କରିପାରିବ ନାହିଁ ବୋଲି ଶିବପାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe