ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ

Advertisment

ଯୋଗଦେଲେ ଓଡ଼ିଶାର ୨ ମନ୍ତ୍ରୀ, ୧୨ ବିଜେପି ବିଧାୟକ

ଯୋଗଦେଲେ ଓଡ଼ିଶାର ୨ ମନ୍ତ୍ରୀ, ୧୨ ବିଜେପି ବିଧାୟକ

ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ପଦ ପାଇଁ ଆଜି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶ୍ରୀମତୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ଏନ୍‌ଡିଏର ସହଯୋଗୀ ଦଳ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।

publive-image ‌ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଜ୍ୟସଭା ମହାସଚିବଙ୍କ ପ୍ରକୋଷ୍ଠରେ ନାମାଙ୍କନପତ୍ର ଦ‌ାଖଲ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି।

ପ୍ରାର୍ଥିପତ୍ର ଦାଖଲବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡ଼ୁ, ଓଡ଼ିଶାର ଦୁଇ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା, ବିଜେପି ସାଂସଦ ଜୁଏଲ ଓରାମ, ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଓଡ଼ିଶାରୁ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୋହନ ଚରଣ ମାଝି, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ କୁମାର ଷଡ଼ଙ୍ଗୀ, ନବଚରଣ ମାଝି, କୁସୁମ ଟେଟେ, ବୁଧାନ ମୁର୍ମୁ, ପ୍ରକାଶ ସୋରେନ, ନାଉରୀ ନାୟକ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ ଓ ଶଙ୍କର ଓରାମ ଉପସ୍ଥିତ ଥିଲେ। ଏଥିସହିତ, ବହୁ କେନ୍ଦ୍ରମନ୍ତ୍ରୀ ଓ ଅଣଏନ୍‌ଡିଏ ଦଳ ବିଜେଡି ଏବଂ ୱାଇଏସ୍‌ଆର୍‌ସିପି ପ୍ରତିନିଧି ଯୋଗଦେଇଥିଲେ।

publive-image

ଶ୍ରୀମତୀ ମୁର୍ମୁ ଚାରି ସେଟ୍‌ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ପୂର୍ବରୁ ସଂସଦ ଭବନ ଲାଇବ୍ରେରି କୋଠାକୁ ଯାଇ ଶ୍ରୀମତୀ ମୁର୍ମୁ ସମସ୍ତ ପ୍ରସ୍ତାବକ ଓ ନେତାମାନଙ୍କୁ ଭେଟିଥିଲେ। ସେମାନଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ସହଯୋଗ ଲୋଡ଼ିଥିଲେ। ନାମାଙ୍କନପତ୍ର ଦାଖଲ ପୂର୍ବରୁ ସଂସଦ ଭବନ ଲାଇବ୍ରେରି କୋଠାରେ ଉପସ୍ଥିତ ଓଡ଼ିଶାର ଦୁଇ ମନ୍ତ୍ରୀ ଏବଂ ରାଜ୍ୟ ବିଜେପିର ୧୨ ଜଣ ବିଧାୟକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଆସନ୍ତାମାସ ଏକ ତାରିଖରୁ ସମର୍ଥନ ଯୋଗାଡ଼ ପାଇଁ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କେରଳ ଓ ତେଲେଙ୍ଗାନାକୁ ବାଦ୍‌ଦେଇ ଦେଶସାରା ବୁଲି ନିଜ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ତାଙ୍କସହିତ ଦୁଇ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ଜି. କିଷନ ରେଡ୍ଡି ମଧ୍ୟ ସାମିଲ୍‌ ହେବେ। ଓଡ଼ିଶା ଭବନରେ ଏବେ ସାମୟିକ ଅବସ୍ଥାନ କରୁଥିବା ଶ୍ରୀମତୀ ମୁର୍ମୁ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ବାସଭବନକୁ ସ୍ଥାନାନ୍ତର ହେବେ। ସୂଚନା ଅନୁସାରେ ତାଙ୍କ ପାଇଁ ରାଷ୍ଟ୍ରପତି ନିର୍ବାଚନ ଫଳଫଳ ଘୋଷଣା ପର୍ଯ୍ୟନ୍ତ ୪, ପଣ୍ଡିତ ଉମାଶଙ୍କର ମାର୍ଗସ୍ଥିତ ବାସଭବନ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe