ଭାରତରେ ନିର୍ମାଣ ହେବ ଡ୍ରୋନ ଧ୍ବଂସକାରୀ ଅସ୍ତ୍ର, ଆକାଶ ହେବ ସୁରକ୍ଷିତ

Advertisment

ଭାରତୀୟ କମ୍ପାନିଙ୍କୁ ଡିଆରଡିଓ ପ୍ରଯୁକ୍ତି ହସ୍ତାନ୍ତର କଲେ ରାଜନାଥ

ଭାରତୀୟ କମ୍ପାନିଙ୍କୁ ଡିଆରଡିଓ ପ୍ରଯୁକ୍ତି ହସ୍ତାନ୍ତର କଲେ ରାଜନାଥ

ଭାରତରେ ନିର୍ମାଣ ହେବ ଡ୍ରୋନ ଧ୍ବଂସକାରୀ ଅସ୍ତ୍ର, ଆକାଶ ହେବ ସୁରକ୍ଷିତ

ନୂଆଦିଲ୍ଲୀ : ଏଣିକି ଭାରତରେ ନିର୍ମାଣ ହେବ ଡ୍ରୋନ-ନିରୋଧୀ ସିଷ୍ଟମ । ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ଏହି ଟେକନଲୋଜୀର ବିକାଶ କରାଯାଇଛି । ଏହି ଟେକନଲୋଜୀକୁ ବ୍ୟବହାର କରି କେତେକ ଭାରତୀୟ କମ୍ପାନି ଡ୍ରୋନ-ନିରୋଧୀ ସିଷ୍ଟମ ନିର୍ମାଣ କରିବେ ।

ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁଥିବା କେତେକ ଭାରତୀୟ କମ୍ପାନି ଅଦାନି ଡିଫେନ୍ସ ସିଷ୍ଟମ୍ସ, ଏଲଏଣ୍ଡଟି ଡିଫେନ୍ସ, ଅସ୍ତ୍ର ମାଇକ୍ରୋଓ୍ବେଭ୍, ଆଇକମ ଟେଲି ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇଲେକ୍ଟ୍ରୋନିକ କର୍ପୋରେସନ ଅଫ୍ ଇଣ୍ଡିଆକୁ ଡିଆରଡିଓର ଡ୍ରୋନ-ନିରୋଧୀ ଟେକନଲୋଜୀ ସଂପର୍କିତ ଆବଶ୍ୟକ ଡକ୍ୟୁମେଣ୍ଟ ହସ୍ତାନ୍ତର କରିଛନ୍ତି ।

ଆଜି କାଲି ଡ୍ରୋନଗୁଡ଼ିର ବ୍ୟବହାର ବଢିବା ସହ ଏହାକୁ ନେଇ ସୁରକ୍ଷା ଚିନ୍ତା ବଢିଯାଇଛି । ଡ୍ରୋନ ବ୍ୟବହାର କରି ପାକିସ୍ତାନ ପକ୍ଷରୁ ସୀମା ଏପଟକୁ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଆଜିକାଲି ବିଭିନ୍ନ ଆକାରର ଡ୍ରୋନ ବାହାରୁ ଥିବାରୁ ସବୁଗୁଡ଼ିକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ । ଡିଆରଡିଓର ଏହି ନୂଆ ଟେକନଲୋଜୀ ସ୍ମଲ, ହାଇବ୍ରିଡ୍, ନାନୋ, ମାଇକ୍ରୋ ୟୁଏଭି ଗୁଡ଼ିକୁ ଚିହ୍ନଟ କରିବା ସହ ଆବଶ୍ୟକତା ଅନୁସାରେ ସେଗୁଡ଼ିକୁ ଅକାମି ବା ଧ୍ବଂସ କରିପାରିବ । ୟୁଏଭି ବା ଡ୍ରୋନଗୁଡ଼ିକୁ ଚିହ୍ନଟ ପାଇଁ ଏହି ସିଷ୍ଟମରେ ସେନସର ଲାଗିଛି, ସେନସର ଦ୍ବାରା ଡ୍ରୋନ ଚିହ୍ନଟ ହେବା ପରେ ଜାମି ଓ ଆଣ୍ଟି-ଜିଏନଏସଏସ ଟେକନୋଲଜୀ ବ୍ୟବହାର କରି ସେଗୁଡ଼ିକୁ ଅକାମି କରିହେବ । ପୁଣି ଯଦି ଡ୍ରୋନକୁ ଧ୍ବଂସ କରିବା ଆବଶ୍ୟକ ପଡେ ତେବେ ଲେଜର ଅସ୍ତ୍ର ବ୍ୟବହାର କରି ତାହାକୁ ଧ୍ବଂସ କରିହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe