Image Courtesy of NDTV
ନୂଆଦିଲ୍ଲୀ: କୋଭିଡ୍-୧୯ ଲଢ଼େଇ ନିମନ୍ତେ ଏଯାବତ୍ ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ ୭୦ଟି ‘ମେଡ୍ ଇନ୍ ଇଣ୍ଡିଆ’ ସାମଗ୍ରୀ ନିର୍ମାଣ କରିଥିବା କଥା ଅଧ୍ୟକ୍ଷ ଜି ସତୀଶ ରେଡ୍ଡୀ ରବିବାର ଦିନ କହିଛନ୍ତି।
ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀର କ୍ୟାଣ୍ଟନ୍ମେଣ୍ଟ୍ରେ ‘ଡିଆର୍ଡିଓ’ ନିର୍ମିତ ସର୍ଦାର ବଲ୍ଲଭଭାଇ ପଟେଲ୍ କୋଭିଡ୍-୧୯ ହସ୍ପିଟାଲ୍ ପରିଦର୍ଶନ କରିଛନ୍ତି। ୨୫୦ ଆଇସିୟୁ ଶଯ୍ୟା ସମେତ ୧୦୦୦ ଶଯ୍ୟା ଥିବା ଏହି ଅସ୍ଥାୟୀ ଡାକ୍ତରଖାନାର ଢାଞ୍ଚା ୧୧ ଦିନରେ ନିର୍ମିତ ହୋଇଥିବା କଥା ‘ଡିଆର୍ଡିଓ’ ଅଧିକାରୀମାନେ ସୂଚନା ଦେଇଛନ୍ତି।
Image Courtesy of Livemintଗଣମାଧ୍ୟମକୁ ଜି ସତୀଶ ରେଡ୍ଡୀ କହିଛନ୍ତି, ରୋଗୀମାନଙ୍କୁ ମାଗଣାରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ଏହି ଡାକ୍ତରଖାନାରେ ସବୁ ସୁବିଧା ରହିଛି ଏବଂ ଏଠରେ ସେନା କର୍ମଚାରୀମାନେ ଅହର୍ନିଶ ସେବା ଯୋଗାଇବେ। ସର୍ଦାର୍ ବଲ୍ଲଭଭାଇ ପଟେଲ୍ କୋଭିଡ୍-୧୯ ହସ୍ପିଟାଲ୍ ନିର୍ମାଣ ନିମନ୍ତେ ଆବର୍ଜନା ଜମା କରାଯାଉଥିବା ଜାଗା ସଫା କରାଯାଇ ସମତୁଲ କରାଯାଇଥିଲା।
ସେ ଆହୁରି କହିଛନ୍ତି, କୋଭିଡ୍-୧୯ ଲଢ଼େଇ ନିମନ୍ତେ ଏଯାବତ୍ ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ ୭୦ଟି ‘ମେଡ୍ ଇନ୍ ଇଣ୍ଡିଆ’ ସାମଗ୍ରୀ ନିର୍ମାଣ କରିଛି। ଆବଶ୍ୟକସ୍ଥଳେ ଆମେ ପ୍ରତି ମାସରେ ପ୍ରାୟ ୨୫ ହଜାର ଭେଣ୍ଟିଲେଟର୍ ତିଆରି କରିପାରିବୁ। ଆମେ ସେଗୁଡ଼ିକୁ ରପ୍ତାନି କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ।
Follow Us