ଏଣିକି ବେସରକାରୀ କମ୍ପାନିରେ ତିଆରି ମିସାଇଲ ବି ଶତ୍ରୁଙ୍କୁ କରିବେ ଟାର୍ଗେଟ, ଡିଆରଡିଓ ଦେଲା ମଞ୍ଜୁରୀ

ଏଣିକି ବେସରକାରୀ କମ୍ପାନିରେ ତିଆରି ମିସାଇଲ ବି ଶତ୍ରୁଙ୍କୁ କରିବେ ଟାର୍ଗେଟ, ଡିଆରଡିଓ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ଏଣିକି ବେସରକାରୀ କମ୍ପାନୀ ବି ନିର୍ମାଣ କରିବେ ମିସାଇଲ | ଆଉ ଦେଶର ଶତ୍ରୁଙ୍କୁ ମାତ୍ ଦେବାକୁ ଏସବୁକୁ ସେନା ବ୍ୟବହାର କରିପାରିବ | ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବେସରକାରୀ ସଂସ୍ଥାଗୁଡ଼ିକୁ କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶ ଏବଂ ଉତ୍ପାଦନ ପାଇଁ ଅନୁମତି ଦେଇଛି |

ଘରୋଇ ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଆରଡିଓର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଯେ 'ଡେଭଲପମେଣ୍ଟ କମ ପ୍ରଡକ୍ସନ୍ ପାର୍ଟନର' (ଡିସିପିପି) କାର୍ଯ୍ୟକ୍ରମ ଅଧୀନରେ ବେସରକାରୀ କ୍ଷେତ୍ରକୁ ଆମ ସହିତ ମିଶି କ୍ଷେପଣାସ୍ତ୍ର ଉତ୍ପାଦନ କରିବାକୁ ଅନୁମତି ଦେଇଛୁ। ଡିଆରଡିଓର ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି, ଯେ "ବହୁ ସଂଖ୍ୟାରେ ଘରୋଇ କମ୍ପାନୀ ମିସାଇଲ୍ ନିର୍ମାଣ ଲାଗି ଆଗ୍ରହ ପ୍ରଦର୍ଶନ କରିଛନ୍ତି। ସର୍ଟ-ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମ୍ (VL-SRSAM) ପ୍ରକଳ୍ପ ପାଇଁ ଲାଇସେନ୍ସ ନିଲାମୀ ପ୍ରକ୍ରିୟା ମଧ୍ୟ ରଖାଯାଇଛି। ’ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପ ଅଧୀନରେ ଏହି ପ୍ରୟାସ କରାଯାଉଛି।

ସୂଚନା ଥାଉ କି ଡିଆରଡିଓ ଚଳିତ ମାସରେ ଏୟାର ଇଂଡିପେଣ୍ଡେଣ୍ଟ ପ୍ରପଲସନ୍ (AIP) ଟେକ୍ନୋଲୋଜିର ଶେଷ ପରୀକ୍ଷା ସମାପ୍ତ କରିଛି | ଭାରତୀୟ ବୁଡ଼ାଜାହାଜକୁ ଆହୁରି ମାରାତ୍ମକ କରିବା ଦିଗରେ ଏହା ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି, କାରଣ ପୃଥିବୀର କେତେକ ବିକଶିତ ଦେଶ ପାଖରେ ହିଁ ଏହି ଟେକ୍ନୋଲୋଜି ରହିଛି। ଏହି ଟେକ୍ନୋଲୋଜି ଦ୍ୱାରା ବୁଡ଼ାଜାହାଜଗୁଡ଼ିକ ଚାଲିବା ବେଳେ ବଡ଼ ଶବ୍ଦ କରିବ ନାହିଁ ଆଉ ଯାହାଦ୍ୱାରା ଶତ୍ରୁମାନେ ବୁଡ଼ାଜାହାଜକୁ ସହଜରେ ଠାବ କରିବାରେ ସମର୍ଥ ହେବେ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe