ଅବଦୁଲ କାଲାମ ଦ୍ୱୀପରୁ ଶତ୍ରୁପକ୍ଷ ମିସାଇଲ୍‌ ଧ୍ୱଂସକାରୀ ଇଣ୍ଟର୍‌ସେପ୍ଟର୍‌ ମିସାଇଲ୍‌ର ସଫଳ ପରୀକ୍ଷା କଲା ‘ଡିଆର୍‌ଡିଓ’

ଅବଦୁଲ କାଲାମ ଦ୍ୱୀପରୁ ଶତ୍ରୁପକ୍ଷ ମିସାଇଲ୍‌ ଧ୍ୱଂସକାରୀ ଇଣ୍ଟର୍‌ସେପ୍ଟର୍‌  ମିସାଇଲ୍‌ର ସଫଳ ପରୀକ୍ଷା କଲା ‘ଡିଆର୍‌ଡିଓ’

ଚାନ୍ଦବାଲି : ଗୁରୁବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପର ୪ନଂ ଲଞ୍ଚ୍‌ ପ୍ୟାଡ୍‌ରୁ ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) ଏକ ଇଣ୍ଟର୍‌ସେପ୍ଟର୍‌ ମିସାଇଲ୍‌ର ସଫଳ ପରୀକ୍ଷା କରିଛି। ସମୁଦ୍ର ପତ୍ତନ ଠାରୁ ୪୦ କିଲୋମିଟର୍‌ ଉଚ୍ଚରେ ଏହି ସୁପରସୋନିକ୍‌ ମିସାଇଲ୍‌ ଶତ୍ରପକ୍ଷର ଏକ ଡମି ମିସାଇଲ୍‌କୁ ଧ୍ୱଂସ କରିବା ପରେ ପରୀକ୍ଷା ସଫଳ ହୋଇଛି ବୋଲି ସଙ୍କେତ ମିଳିଥିଲା। ଏଣ୍ଡୋ-ଆଟ୍‌ମୋସ୍ଫିଅରିକ୍‌ ଅଞ୍ଚଳ ମଧ୍ୟ ଦେଇ ଆସୁଥିବା ଶତ୍ରୁ ପକ୍ଷର ମିସାଇଲ୍‌କୁ ଏହି ମିସାଇଲ୍‌ ଧ୍ୱଂସ କରିବାକୁ ସମର୍ଥ।

ମିଳିଥିବା ଖବର ଅନୁସାରେ, ପରୀକ୍ଷିତ ମିସାଇଲଟି ଦେଶଜ ଜ୍ଞାନକୌଶଳରେ ନିର୍ମିତ ହୋଇଥିଲା। ଏହାକୁ ପ୍ରଥମ ଥର ପାଇଁ ମଲ୍‌ଟିପ୍‌ଲ୍‌ ସିମୁଲେଟେଡ୍‌ ଟାର୍ଗେଟ୍‌ ବିରୋଧରେ ନିକ୍ଷେପ କରାଯାଇଛି।

ଏଇଟି ଥିଲା ଇଣ୍ଟର୍‌ ସେପ୍ଟର୍‌ ମିସାଇଲ୍‌ର ପଞ୍ଚମ ପରୀକ୍ଷଣ। କେବଳ ରୁଷ୍‌ ଓ ଆମେରିକା ଏଭଳି ମିସାଇଲ୍‌ ନିର୍ମାଣ କରିବାରେ ସମର୍ଥ ହୋଇଛନ୍ତି। ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ନିର୍ମିତ ମିସାଇଲର ଉଚ୍ଚତା ୭.୫ ମିଟର ଓ ଗୋଲେଇ ୦.୫ ମିଟର। ଏହା ୧.୨ ଟନ୍‌ ଓଜନର ମାରକଶକ୍ତି ବହନ କରିବାର କ୍ଷମତା ରହିଥିବା ବେଳେ ଏହା ୧ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ। ୧୨୦ କିମି ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟ ଭେଦକରି ବିଧ୍ୱଂସ କରିପାରିବାର କ୍ଷମତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe