ଡିଆରଡିଓ ୟୁପିରେ ପ୍ରତିଷ୍ଠା କରିବ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ଡାକ୍ତରଖାନା

Advertisment
ଡିଆରଡିଓ ୟୁପିରେ ପ୍ରତିଷ୍ଠା କରିବ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ଡାକ୍ତରଖାନା

EconomicsTimes

ଲକ୍ଷ୍ନୌ: କରୋନାଭାଇରସ୍‌ ବା କୋଭିଡ୍‌-୧୯ର ଦ୍ୱିତୀୟ ଲହରି ଦେଶରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। ଆଜି ଦେଶର ଦୈନିକ ସଂକ୍ରମଣ ୨.୧୭ ଲକ୍ଷରେ ପହଞ୍ଚିଛି। ଏ ପରିସ୍ଥିତିରେ ଦେଶର ଅନ୍ୟତମ ବୃହତ ରାଜ୍ୟ ଉତ୍ତରପ୍ରଦେଶରେ କରୋନାସ୍ଥିତି ବେକାବୁୁ ହେବାକୁ ବସିଛି। ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରିବା ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆଡିଓ)କୁ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଦୁଇଟି ସ୍ଥାନରେ ୫୦୦-୬୦୦ ଶଯ୍ୟା ବିଶିଷ୍ଟ କରୋନାଭାଇରସ୍‌ ଡାକ୍ତରଖାନା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିଆରଡିଓର ଏକ ଉଚ୍ଚ କ୍ଷମତା ସଂପନ୍ନ ଦଳ ଆଜି (ଶୁକ୍ରବାର) ସକାଳୁ ଆସି ଲକ୍ଷ୍ନୌରେ ପହଞ୍ଚିଛନ୍ତି। ନୂତନ କୋଭିଡ୍‌-୧୯ ଡାକ୍ତରଖାନା ନିର୍ମାଣ ନେଇ ଡିଆରଡିଓର ପ୍ରତିନିଧି ଦଳ ଉତ୍ତରପ୍ରଦେଶ ସରକାରଙ୍କ ଆଲୋଚନା କରିବା ପରେ ଏ ନେଇ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଡିଆରଡିଓ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରସ୍ତାବିତ କୋଭିଡ୍‌-୧୯ ଡାକ୍ତରଖାନା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବା ସହ ଏଠାରେ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଉପଲବ୍ଧ ହେବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe