ୟୁପି ମଦ୍ରାସାରେ ଡ୍ରେସକୋଡ୍‌କୁ ବିରୋଧ କଲେ ମୌଲବୀ

Advertisment
ୟୁପି ମଦ୍ରାସାରେ ଡ୍ରେସକୋଡ୍‌କୁ ବିରୋଧ କଲେ ମୌଲବୀ

www.upbme.org

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଗତକାଲି ୟୁପିରେ ସମସ୍ତ ମଦ୍ରାସା  ପାଇଁ ଡ୍ରେସକୋଡ୍‌ ଘୋଷଣା କରିଥିଲେ। ତେବେ ସରକାରଙ୍କର ଏହି ନିଷ୍ପତ୍ତିକୁ ଆଜି ତୀବ୍ର ବିରୋଧ କରିଛନ୍ତି ଅନେକ ମୌଲବୀ। ମଦ୍ରାସା ଛାତ୍ରଙ୍କ ଦ୍ୱାରା ପିନ୍ଧାଯାଉଥିବା ପାରମ୍ପରିକ ପୋଷାକରେ ପରିବର୍ତ୍ତନ ଆଣିବାର କି ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରି ସୁଫିୟାନ ନିଜାମି କହିଛନ୍ତି ଯେ ଦେଶରେ ଚାଲୁଥିବା ସମସ୍ତ ମଦ୍ରାସା ଏବଂ କଲେଜ୍‌ ପାଇଁ ଡ୍ରେସ୍‌କୋଡ୍‌ ବାବଦରେ ସରକାର ନିଷ୍ପତ୍ତି ନେଉନାହାନ୍ତି। ଏହା ଅନୁଷ୍ଠାନର ମ୍ୟାନେଜିଂ କମିଟି ନିଷ୍ପତ୍ତିରେ ହେଉଛି। ତେଣୁ ମଦ୍ରାସା ବିରୋଧରେ ଏମିତି ପକ୍ଷପାତିତା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ମଦ୍ରାସା ଦାରୁଲ୍‌ ଉଲୁମ୍‌ ଫିରାଙ୍ଗି ମହଲ ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇଛନ୍ତି। ଉତ୍ତରପ୍ରଦେଶ ମନ୍ତ୍ରୀ ମୋହସିନ୍‌ ରାଜା ଗତକାଲି କହିଥିଲେ ଯେ ମଦ୍ରାସାକୁ ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ସହ ସମାନ କରିବା ଆମ ଲକ୍ଷ୍ୟ। ଏଯାବତ୍‌ ମଦ୍ରାସା ଛାତ୍ରମାନେ କୁର୍ତ୍ତା ପାଇଜାମା ପିନ୍ଧୁଛନ୍ତି। ତେବେ ଡ୍ରେସ୍‌ କୋଡ୍‌ ଦ୍ୱାରା ଏହା ଅଧିକ ଫର୍ମାଲ୍‌ ହୋଇପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ମଦ୍ରାସା ଗୁଡ଼ିକୁ ୟୁନିଫର୍ମ ଦିଆଯିବ ବୋଲି ମନ୍ତ୍ରୀ ରାଜା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe