କାଶୀ ବିଶ୍ୱନାଥ ମନ୍ଦିର ଗର୍ଭଗୃହକୁ ଯାଉଥିବା ଦର୍ଶନାର୍ଥୀଙ୍କ ନିମନ୍ତେ ‘ଡ୍ରେସ୍‌ କୋଡ୍‌’

କାଶୀ ବିଶ୍ୱନାଥ ମନ୍ଦିର ଗର୍ଭଗୃହକୁ ଯାଉଥିବା ଦର୍ଶନାର୍ଥୀଙ୍କ ନିମନ୍ତେ ‘ଡ୍ରେସ୍‌ କୋଡ୍‌’

Image Source: Zee News

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହ ମଧ୍ୟକୁ ପ୍ରବେଶ କରୁଥିବା ଉଭୟ ପୁରୁଷ ଓ ନାରୀ ଦର୍ଶନାର୍ଥୀଙ୍କ ନିମନ୍ତେ ‘ଡ୍ରେସ୍‌ କୋଡ୍‌’ ପ୍ରଚଳନ କରାଯିବ। ନୂତନ ‘ଡ୍ରେସ୍‌ କୋଡ୍‌’ ନିୟମ ଅନୁସାରେ, ପୁରୁଷମାନେ ହିନ୍ଦୁମାନଙ୍କର ପାରମ୍ପରିକ ପୋଷାକ ‘ଧୋତି-କୁର୍ତ୍ତା’ ଓ ନାରୀମାନେ ଶାଢ଼ି ପିନ୍ଧି ଗର୍ଭଗୃହ ମଧ୍ୟକୁ ପ୍ରବେଶ କରି ଦିଅଁଙ୍କ ପୂଜାର୍ଚ୍ଚନା କରିବେ।

ଗର୍ଭଗୃହ ମଧ୍ୟକୁ ଯାଇ ପୂଜାର୍ଚ୍ଚନା କରିବାକୁ ଦର୍ଶନାର୍ଥୀମାନଙ୍କୁ ପୂର୍ବାହ୍ନ ୧୧ଟା ଯାଏଁ ଅନୁମତି ମିଳିବ। ‘କାଶୀ ବିଶ୍ୱନାଥ ପରିଷଦ୍‌’ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସାର୍ଟ ଏବଂ ଜିନ୍‌ସ୍‌ ପିନ୍ଧିଥିବା ଲୋକେ ବି ଦିଅଁଙ୍କ ପୂଜା କରିପାରିବେ, କିନ୍ତୁ କିଛି ଦୂରରୁ। ସେମାନଙ୍କୁ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିବନି। କେବେ ଏହି ନିୟମ ଲାଗୁ କରାଯିବ ତାହା ଘୋଷଣା ହୋଇ ନ ଥିଲେ ବି ଖୁବ୍‌ ଶୀଘ୍ର ଏଥି ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

publive-image Image Source: Rediff.com

ଏହି ପବିତ୍ର ନଗରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାରୁ ସେ କ୍ଷମତାକୁ ଆସିବା ପରେ ଏଠାରେ କେତେକ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ପଦକ୍ଷେପ ନିଆଯାଇଛି। ୨୦୧୯ ମାର୍ଚ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସିଦ୍ଧ ମନ୍ଦିର ନିମନ୍ତେ ଏକ ‘ଆପ୍ରୋଚ୍‌ ରୋଡ୍‌’ର ଶିଳାନ୍ୟାସ କରିବା ସହ ମନ୍ଦିର ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଏବଂ ମଜଭୁତିକରଣ ଲାଗି ଏକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।

ଗଙ୍ଗା ନଦୀ ଓ ବିଶ୍ୱନାଥ ମନ୍ଦିର ମଧ୍ୟରେ ଏକ ପ୍ରତ୍ୟକ୍ଷ ସଂଯୋଗ ପଥ ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଅନ୍ୟ ଯେକୌଣସି ସ୍ଥାନରେ ଥିବା ଏହିଭଳି ପ୍ରକଳ୍ପ ନିମନ୍ତେ ଏହା ଏକ ମଡେଲ୍‌ ଭାବେ ପରିଗଣିତ ହେବା ସହ ବିଶ୍ୱସ୍ତରରେ କାଶୀକୁ ନୂତନ ପରିଚୟ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe