ବିସ୍ଫୋରଣରେ ପାଉଁଶ ହୋଇଗଲା ଡିଆରଜି ଯବାନଙ୍କ ପ୍ରେମ କାହାଣୀ

ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଦୁଇ ଦିନ ତଳେ ବଡ ଧରଣ ମାଓବାଦୀଙ୍କ ଆକ୍ରମଣ ହୋଇଥିଲା। ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ୮ ଜଣ ଯବାନଙ୍କୁ ସହିଦ କରିଥିଲେ ନକ୍ସଲ। ଏହାରି ଭିତରେ ଜଣେ ଡିଆରଜି ଯବାନଙ୍କ ପ୍ରେମ କାହାଣୀ ଏହି ବିସ୍ଫୋରଣରେ ପାଉଁଶ ହୋଇଗଲା।

ttt

DRG Jawan love story Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଦୁଇ ଦିନ ତଳେ ବଡ ଧରଣ ମାଓବାଦୀଙ୍କ ଆକ୍ରମଣ ହୋଇଥିଲା। ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ୮ ଜଣ ଯବାନଙ୍କୁ ସହିଦ କରିଥିଲେ ନକ୍ସଲ। ଏହାରି ଭିତରେ ଜଣେ ଡିଆରଜି ଯବାନଙ୍କ ପ୍ରେମ କାହାଣୀ ଏହି ବିସ୍ଫୋରଣରେ ପାଉଁଶ ହୋଇଗଲା। ବସ୍ତର ଜଂଗଲରେ ପ୍ରାୟତଃ ପ୍ରେଣ କାହାଣୀ ସଫଳ ହୋଇନଥାଏ। ବନ୍ଧୁକର ଶଦ୍ଦ, ସବୁବେଳେ ହିଂସା ଘଟାଇବା ଏବଂ ହତ୍ୟାକାରୀଙ୍କ ମଧ୍ୟରେ ଯଦି କେବେ ପ୍ରେମ ହୁଏ ଓ ସଫଳ ହୁଏ ତେବେ ଏହା ସବୁଠାବୁ ବଡ ଚମତ୍କାର ବୋଲି ଭାବିବାକୁ ପଡ଼ିବ।  

ଏଭଳି ଏକ କାହାଣୀ ଡିଆରଜି ଯବାନ ସୋମଡୁ ଏବଂ ତାଂକ ପ୍ରେମିକା ଯୋଗୀଙ୍କର। ସୋମଡୁ ଏବଂ ଯୋଗୀ ଦୁହେଁ ମାଓବାଦୀ ସଂଗଠନର ଜଣେ କ୍ୟାଡର ନକ୍ସଲ ଥିଲେ। ଜଂଗଲରେ ସବୁବେଳ ମୃତ୍ୟର ଭୟ ରହିଥିଲେ ମଧ୍ୟ ଦୁହିଁଙ୍କର ଜଂଗଲରେ ଦେଖା ହୋଇଥିଲା। ସୋମଡୁକୁ ଦେଖୀ ଯୋଗୀ ହସିବା ଏବଂ ତାଂକ ବଳିଷ୍ଠ ଶରୀର ଆକର୍ଷଣ ହୋଇଥିଲା। ସେହି ଦିନ ଠାରୁ ଦୁହିଁଙ୍କ ମନରେ ପ୍ରେମ ଘର କରିନେଇଥିଲା।

ତେବେ ସଂଗଠନ ଠାରୁ ଉପରେ ଆଉ କିଛି ନାହିଁ ବୋଲି ସେମାନେ ଜାଣିଥିଲେ। କିନ୍ତୁ ସେସବୁକୁ ଖାତିରି ନକରି ପ୍ରେମରେ ଅନ୍ଧ ହୋଇଗଲେ। ଗୋଟିଏ ଦିନ ଦୁହେଁ ମିଶି ନିଜର ମନର କଥା କହିବା ସହ ବିବାହ କରିବାକୁ ଚାହିଁଲେ। ତୁରନ୍ତ ଜଂଗଲରେ ହିଁ ବିବାହ କଲେ। ସାତ ଜନ୍ମ ପର୍ଯ୍ୟନ୍ତ ଦୁହେଁ ପତି ଓ ପତ୍ନୀ ହେବାର ଶପଥ ନେଲେ।

ତେବେ ଏନେଇ ସଂଗଠନର ନେତା ଜାଣିବା ପରେ ଦୁହିଁକୁ ଅଲଗା କରାଗଲା। ତେବେ ଦୁହେଁ ଅଲଗା ହୋଇ ରହିପାରିଲେ ନାହିଁ। ଦୁହେଁ ଯଦି ଏହି ପ୍ରେମ କାହାଣୀକୁ ଆଗକୁ ବଢାଇବାକୁ ହେଲେ ଆତ୍ମସମର୍ପଣ ଏକ ମାତ୍ର ମାର୍ଗ ବାଛିଲେ। ଦୁହେଁ ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ। ପୁଲିସ ସୋମଡୁର କାମ ଓ କଥାରେ ତାକୁ ଡିଆରଜି ଯବାନ ଭାବେ ନିଯୁକ୍ତି ଦେଲା। ଯୋଗୀ ଜଣେ ସାଧାରଣ ଗୃହଣୀ ଭାବେ ରହିଲା। କିନ୍ତୁ ନକ୍ସଲଙ୍କୁ ଏହି ଦୁଇ ଜଣକୁ ସାଥିରେ ଦେଖିବା ପାଇଁ ପ୍ରସ୍ତୁତ ନଥିଲେ। ଅପରେସନ ସାରି ଘରକୁ ଫେରୁଥିବା ବେଳେ ବିସ୍ଫୋରଣରେ ସୋମଡୁର ମୃତ୍ୟୁ ହୋଇଗଲା। ସୋମଡୁର ଶରୀର ରାସ୍ତାରେ ବିଛେଇ ହୋଇଗଲା। ସବୁ ପ୍ରେମ, ସବୁ ସ୍ବପ୍ନ ଧୂଳିସାତ ହୋଇଗଲା। ପତ୍ନୀ ଯୋଗୀ ନିକଟରେ ଖବର ପହଞ୍ଚିବା ପରେ ସେ ସ୍ତବ୍ଧ ହୋଇ ବସିପଡିଲେ। ସେ କେବଳ ଦେଖି ରହିଗଲେ। ତାଂକର ସବୁ ସ୍ବପ୍ନ କିଛି କ୍ଷଣ ମଧ୍ୟରେ ଚୁରମାର ହୋଇଯିବାର ସେ ଦେଖୁଥିଲେ।

ସୋମଡୁର ଏହା ମୃତ୍ୟୁ ନଥିଲା,ବରଂ ନକ୍ସଲ ସହ ଲଢି ସେ ସହିଦ ହୋଇଥିଲା। ସୋମଡୁ ଚାଲିଗଲେ କିନ୍ତୁ ତାଂକର କାହାଣୀ ଅମର ହୋଇଗଲା। ପ୍ରେମ ଯେ କେବଳ ବଞ୍ଚିବାର ମାଧ୍ୟମ ନୁହେଁ, ଏହା ବଳିଦାନକୁ ବୁଝାଏ। ଯୋଗି ଏବେ ଏକୁଟିଆ ହୋଇଗଲେ। କିନ୍ତୁ ତାଂକ ଆଖିରେ ଗର୍ବ ଦେଖିବାକୁ ମିଳିଥିଲା। ସେ ଦେଖାଇ ଦେଲେ ଯେ ବସ୍ତର ମାଟିରେ କେବଳ ରକ୍ତ ବହେ ନାହିଁ ବରଂ ପ୍ରେମ ବି ବହେ। ଏହି ପ୍ରେମ କାହାଣୀ ଅଧୁରା ରହିଗଲା କିନ୍ତୁ ସବୁବେଳେ ମନେପଡିବ ବୋଲି କୁହାଯାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe