ବସ ଚାଲୁଥିବା ବେଳେ ହୃଦଘାତର ଶିକାର ହେଲେ ଚାଳକ; କଣ୍ଡକ୍ଟର ବଞ୍ଚାଇ ଦେଲେ ୪୦ଜଣ ଯାତ୍ରୀଙ୍କ ଜୀବନ

ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବସ ଚାଳକ ହଠାତ ହୃଦଘାତର ଶିକାର ହୋଇଥିଲେ। କଣ୍ଡକ୍ଟର ବ୍ରେକ ଲଗାଇ ବଞ୍ଚାଇଲେ ୪୦ଜଣ ଯାତ୍ରୀଙ୍କ ଜୀବନ।

ର‌ୋ

ନୂଆଦିଲ୍ଲୀ: ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୪୦ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବସ ଚାଳକ ହଠାତ ହୃଦଘାତର ଶିକାର ହୋଇଥିଲେ। ସୌଭାଗ୍ୟବଶତଃ ଏହି ସମୟରେ ବସ କଣ୍ଡକ୍ଟର ବ୍ରେକ ଲଗାଇ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ବସକୁ ଅଟକାଇ ଦେଇଥିଲେ।

ସୂଚନାଯୋଗ୍ୟ, ଏହି ଘଟଣାଟି ଗତଶନିବାର ଦିନ ଘଟିଥିବା କୁହାଯାଉଛି। ବସ କନ୍ନକାପଟ୍ଟି ଅଞ୍ଚଳ ଅତିକ୍ରମ କରୁଥିବା ସମୟରେ ହଠାତ ବସ ଚାଳକ ପ୍ରଭୁଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଚାଳକଙ୍କ ପାଖରେ ଥିବା କଣ୍ଡକ୍ଟର କିଛି ବୁଝିବା ପୂର୍ବରୁ ହିଁ ପ୍ରଭୁ ସିଟରୁ ତଳକୁ ପଡ଼ି ଯାଇଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ କଣ୍ଡକ୍ଟର ତୁରନ୍ତ ବସର ବ୍ରେକ ଲଗାଇ ଦେଇଥିଲେ। ଯେଉଁ କାରଣରୁ କିଛି ଦୁର୍ଘଟଣା ଘଟିବାରୁ ରକ୍ଷା ପାଇଥିଲା। ବସ ଭିତରେ ବସିଥିବା ୩୦ରୁ ୪୦ଜଣ ଯାତ୍ରୀଙ୍କ ଜୀବନ ବି ସୁରକ୍ଷିତ ହୋଇଯାଇଥିଲା।

ଚାଳକ ପ୍ରଭୁଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର ଡାକ୍ତରଖାନା ନିଆଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ପ୍ରଭୁଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe