Image Courtesy of Fox News
ରୋମ: ବୁଧବାର ଦିନ ଇଟାଲିର ମିଲାନ୍ ଠାରେ ୫୧ ଜଣ ସ୍କୁଲ୍ ପିଲା ଯାଉଥିବା ଗୋଟାଏ ବସ୍କୁ ଡ୍ରାଇଭର ଅପହରଣ କରି ନେଇ ନିଆଁ ଲଗାଇ ଦେଇଛି ବୋଲି କୁହାଯାଉଛି।
ବସ୍ ପଛରେ ଥିବା ଭଙ୍ଗା ଝରକା ବାଟେ ପିଲାମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକ ପିଲାଙ୍କୁ ବସ୍ ଭିତରେ ବାନ୍ଧି ଦିଆଯାଇଥିଲା। ଯୋଗକୁ କୌଣସି ପିଲା ଗୁରୁତର ଆହତ ହୋଇ ନାହାନ୍ତି। ଏହି ଘଟଣାରେ ୧୪ ଜଣ ଧୂଆଁରେ ରୁନ୍ଧି ହୋଇ ଯାଇଛନ୍ତି ବୋଲି ବିବିସି ରିପୋର୍ଟ କରିଛି।
୪୭ ବର୍ଷିୟ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ସେ ଇଟାଲୀୟ ନାଗରିକ ହୋଇ ଥିଲେ ବି ସେନିଗଲ୍ର ମୂଳ ବାସିନ୍ଦା।
କେହି ଜଣେ ବି ବଞ୍ଚିବେ ନାହିଁ ବୋଲି ଡ୍ରାଇଭର୍ ଚିତ୍କାର କରି କହିଥିବା କଥା କୁହାଯାଉଛି।
ମିଲାନ୍ର ମୁଖ୍ୟ ପ୍ରୋଜେକ୍ୟୁଟର୍ ଫ୍ରାନ୍ସେସ୍କୋ ଗ୍ରେକୋ କହନ୍ତି: ଏଇଟାକୁ ଚମତ୍କାରୀ କୁହାଯିବ, ଘଟଣା ଗଣସଂହାର ହୋଇ ପାରିଥାଆନ୍ତା।
ବସ୍ରେ ଥିବା ଜଣେ ଶିକ୍ଷକ କହନ୍ତି, ଇଟାଲିର ପ୍ରବାସ ବାସ ନୀତି ବିଷୟରେ ସନ୍ଦିଗ୍ଧ କ୍ରୋଧାନ୍ଵିତ ହୋଇ ଯାଇଥିଲେ। କେତେକ ଖବର ଅନୁସାରେ, ସେ କୁଆଡ଼େ ଚିତ୍କାର କରି କହିଥିଲେ, ଭୂମଧ୍ୟ ସାଗରୀୟ ଅଞ୍ଚଳରେ ମୃତ୍ୟୁ ବନ୍ଦ କର।
ଖବର ଅନୁସାରେ, ଦୁଇଟି ଶ୍ରେଣୀର କିଶୋର/କିଶୋରୀ ଓ ସେମାନଙ୍କର ପ୍ରାପ୍ତ ବୟସ୍କ ତତ୍ତ୍ୱାବଧାରକମାନେ ଭାଇଲାଟି ଡି କ୍ରିମାସ୍ଥିତ ସ୍କୁଲ୍ରୁ ଗୋଟାଏ ଜିମ୍କୁ ଗାଡ଼ିରେ ଯାଉଥିଲେ, କିନ୍ତୁ ତାହା ରାସ୍ତା ବଦଳାଇ ମିଲାନ୍ର ଲିନେଟ୍ ବିମାନ ବନ୍ଦର ଆଡ଼କୁ ଯାଇଥିବା ଗୋଟାଏ ପ୍ରାଦେଶିକ ରାଜପଥ ଧରିଥିଲା।
ତା’ପରେ ୪୦ ମିନିଟ୍ରୁ ଊର୍ଦ୍ଧ୍ୱ ସମୟ ଧରି ପିଲାମାନଙ୍କର ପ୍ରତି ଦୁର୍ଦଶା ଚାଲିଥିଲା।
ସନ୍ଦିଗ୍ଧ ଗୋଟାଏ ଛୁରି ଧରି ପିଲାମାନଙ୍କୁ କିଛି କହିବା ବେଳେ ଜଣେ ବାଳକ ତା’ର ଅଭିଭାବକଙ୍କୁ ଫୋନ୍ରେ ଏ କଥା ଜଣାଇ ଦେବାରୁ ସେ ଅଭିଭାବକ ପୁଲିସକୁ ସୂଚନା ଦେଇଦେଲେ।
ବସ୍କୁ ଅଟକାଇବାକୁ ମଧ୍ୟ ପୁଲିସକୁ କିଛି ସମୟ ଲାଗିଥିଲା। ଶେଷକୁ ପୁଲିସ କାର୍ଗୁଡ଼ିକରେ ଧକ୍କାଖାଇ ବସ୍ ଅଟକି ଥିଲା।
ବସ୍ ଭିତରେ ପେଟ୍ରୋଲ୍ ସିଞ୍ଚା ସରିଥିଲା, କିନ୍ତୁ ନିଆଁରେ ଜଳି ଉଠିବା ପୂର୍ବରୁ ପୁଲିସ ପଛ ଝରକା ଭାଙ୍ଗି ବସ୍ ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲା।
ପୁଲିସ ଘଟଣାର ପ୍ରକୃତ ଉଦ୍ଦେଶ୍ୟ ସଂକ୍ରାନ୍ତରେ ବିଭିନ୍ନ ପ୍ରସଙ୍ଗରୁ ତଦନ୍ତ ଚାଲୁ ରଖିଛି।
Follow Us