ଅବତାର ସାଇନି ମୃତ୍ୟୁ ମାମଲା: ନିଜ ପକ୍ଷ ରଖିଲେ ଅଭିଯୁକ୍ତ

Advertisment
ଅବତାର ସାଇନି ମୃତ୍ୟୁ ମାମଲା: ନିଜ ପକ୍ଷ ରଖିଲେ ଅଭିଯୁକ୍ତ

www.ndtv.com

ମୁମ୍ବାଇ: ପେଣ୍ଟିଅମ୍ ପ୍ରୋସେସର ଡିଜାଇନର ନେତୃତ୍ୱ ନେଇଥିବା ଇଣ୍ଟେଲ ଇଣ୍ଡିଆର ପୂର୍ବତନ ମୁଖ୍ୟ ଅବତାର ସାଇନିଙ୍କର ବୁଧବାର ସକାଳେ ନବି ମୁମ୍ବାଇରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏକ ଦ୍ରୁତ ଗତିରେ ଆସୁଥିବା କାରଟି ତାଙ୍କ ସାଇକେଲ୍‌କୁ ଧକ୍କା ଦେବା ପରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।

ଏବେ ଏହି ମୃତ୍ୟୁ ମାମଲାରେ ନିଜର ବୟାନ ରଖିଛନ୍ତି ଗାଡ଼ି ଚାଳକ ରିଷିକେଶ ଖଡେ (୨୩)। ତାଙ୍କ ବ‌ିରୋଧରେ ପୁଲିସ୍‌ ମାମଲା ରୁଜୁ କରିଥିବା ବେଳେ ସେ ନିଜ ପକ୍ଷରୁ ସଫେଇ ଦେଇଛନ୍ତି। ପୁଲିସ୍‌ ଜେରା ସମୟରେ ରିଷିକେଶ କହିଛନ୍ତି କି ‘‘ବୃଦ୍ଧ ଜଣକ ପ୍ରଥମେ ମୋ ଆଗକୁ ପଳାଇ ଆସିଲେ। ସେ ଅଚାନକ ମୋ ଆଗକୁ ପଳାଇ ଆସିବାକୁ ମୁଁ ନିଜ ଉପରେ ନିୟନ୍ତ୍ରଣ ରଖିପାରିଲି ନାହିଁ। ଫଳରେ ତାଙ୍କ ଦେହରେ ମୋ ଗାଡ଼ି ବ‌ାଜିଯିବାକୁ ତାଙ୍କର ମୃତ୍ୟୁ ଘଟିଥିଲା।’’ ହେଲେ ଅଭିଯୁକ୍ତଙ୍କୁ ଏହି ମାମଲାରେ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ।

ନେରୁଲର ପାମ ବିଚ୍ ରୋଡରେ ସକାଳ ପ୍ରାୟ ୫.୫୦ ସମୟରେ ସେ ଅନ୍ୟ ସାଇକେଲ ଚାଳକଙ୍କ ସହ ସେହି ରାସ୍ତାରେ ସାଇକେଲରେ ଯାଉଥିବା ବେଳେ ୬୮ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସାଥୀ ସାଇକେଲ ଚାଳକମାନେ କହିଛନ୍ତି ଯେ ସାଇନିଙ୍କ ସାଇକେଲକୁ ଦ୍ରୁତ ଗତିରେ ଆସୁଥିବା ଟ୍ୟାକ୍ସି ପଛପଟୁ ଧକ୍କା ଦେଇଥିଲା। ଡ୍ରାଇଭର ଖସିଯିବାକୁ ଚେଷ୍ଟା କଲାବେଳେ ସାଇକେଲ୍‌ର ଫ୍ରେମ୍ କାର ତଳେ ଲାଖି ଯାଇ ସାଇନିଙ୍କୁ କିଛି ଦୂର ପାଇଁ ଟାଣି ନେଇ ଯାଇଥିଲା।
ସେ ହେଲମେଟ ପିନ୍ଧିଥିଲେ ମଧ୍ୟ ସାଇନି ଗୁରୁତର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe