ଅସାବଧାନତା ହେତୁ ଟ୍ରେନ୍‌ରୁ ଖସି ପଡ଼ିଥିଲେ ଯାତ୍ରୀ, ଲୋକପାଇଲଟଙ୍କ ଏଭଳି ବଡ଼ପଣ ପାଇଁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ

Advertisment
ଭୁବନେଶ୍ୱରରୁ ଦିଲ୍ଲୀ ଯିବା ପାଇଁ ଘଣ୍ଟାଏ ଭିତରେ ବିକ୍ରି ହୋଇଗଲା ସବୁ ଟ୍ରେନ ଟିକେଟ

zeenews

ଜଲଗଙ୍ଗା: ମହାରାଷ୍ଟ୍ରରେ ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଭୁଶାବଲ୍ ଡିଭିଜନ୍‌ର ପଚୋରା-ମହେଜି ଷ୍ଟେସନ୍‌ ମଧ୍ୟରେ ଜଣେ ଯାତ୍ରୀ ଅସାବଧାନତା ହେତୁ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ କାଳବିଳମ୍ବ ନକରି ଲୋକପାଇଲଟ ଟ୍ରେନ୍‌କୁ ୫୦୦ ମିଟର ପଛକୁ ନେଇଥିଲେ। ଏହାପରେ ଉକ୍ତ  ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ନେଇ ସେ ଭର୍ତ୍ତି କରାଇଥିଲେ।

ଏହି ଘଟଣା ପରେ ଭାରତୀୟ ରେଳ ଲୋକପାଇଲଟ ଦିନେଶ ଓ ଗାର୍ଡଙ୍କୁ ସମ୍ମାନିତ କରିବାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି ଘଟଣା ପରେ ଭାରତୀୟ ରେଳକୁ ପ୍ରଶଂସା କରିବା ସହିତ ରେଳ ମନ୍ତ୍ରାଳୟ ବି ଏହାର ଏକ ଭିଡିଓ ସେୟାର କରି ଗାର୍ଡ ଓ ଲୋକେ ପାଇଲଟଙ୍କ ଏଭଳିକୁ ପ୍ରୟାସକୁ ଭୁରିଭୁରି ପ୍ରଶଂସା କରିଛି।

ଟ୍ରେନ୍‌ରୁ ଖସି ପଡ଼ିଥିବା ଯାତ୍ରୀଙ୍କ ନାମ ସଞ୍ଜୟ ପାଟିଲ ବୋଲି ଜଣାପଡ଼ିଛି। ଯାତ୍ରା କରୁଥିବା ସମୟରେ ଅସାବଧାନତା ହେତୁ ହଠାତ ସେ ଟେନ୍‌ରୁ ଖସି ପଡ଼ିଥିଲେ। ଫଳରେ ଗୁରୁତର ଆହତ ହୋଇଥିଲେ। ଲୋକପାଇଲଟ ତାଙ୍କୁ ଉଚିତ ସମୟରେ ହସ୍‌ପିଟାଲ୍‌ ପହଞ୍ଚାଇ ଥିବାରୁ ସଞ୍ଚୟଙ୍କ ଜୀବନ ରକ୍ଷା ପାଇ ଯାଇଥିଲା। ପୂର୍ବ ଅପେକ୍ଷା ଏବେ ତାଙ୍କ ଶରୀରାବସ୍ଥାରେ ସୁଧାର ଆସିବା ସହିତ ବିପଦମୁକ୍ତ ଥିବା ସଞ୍ଜୟଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe