ଏମିତି କଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଯିବ

Advertisment
ଏମିତି କଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଯିବ

Getting your Driving Licence

ଗାଡ଼ି ଚଳାଇବା ବେଳେ ଫୋନରେ କଥା ହେବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାର ଘଟୁଛି। ତଥାପି ଚେତୁ ନାହାନ୍ତି ଲୋକେ। ଗାଡ଼ି ଚଳାଇବା ସମୟରେ ଫୋନରେ କଥା ହେବା ଉପରେ ରୋକ ଲଗାଇବା ନେଇ ଅନେକ ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ହୋଇଛି। ନିୟମ ନମାନିବା ଯୋଗୁଁ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ପଶ୍ଚିମବଙ୍ଗରେ ପରବହନ ବିଭାଗ ଦ୍ୱାରା ଗାଡ଼ି ଚାଳକଙ୍କୁ ପାଇଁ ଏହି ନୂଆ ନିର୍ଦ୍ଦେଶ ଜାରି ହୋଇଛି। ଗାଡ଼ି ଚଳାଇବା ସମୟରେ ଯଦି ଚାଳକ ଫୋନରେ କଥା ହୁଅନ୍ତି, ତେବେ ତାଙ୍କକୁ ଲାଇସେନ୍‌ସ ତୁରନ୍ତ ରଦ୍ଦ କରିଦିଆଯିବ।

କେବଳ ଏତିକି ନୁହେଁ ଚାଳକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ଏବଂ ପ୍ରମାଣ ପାଇଁ ସିସିଟିଭି କ୍ୟାମରୋର ବ୍ୟବହାର ମଧ୍ୟ କରାଯିବ। ସୂଚନା ଅନୁସାରେ ଗତ ମାସରେ ମୁର୍ସିଦାବାଦରେ ଜଣେ ବସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବସ୍‌ ନଦୀରେ ଖସି ପଡ଼ିଥିଲା। ଯାହାଦ୍ୱାରା ୪୩ ଜଣ ଯାତ୍ରୀ ମୃତ୍ୟୁ ମୁଖରେ ପଡ଼ିଥିଲେ। ତେବେ ଏପରି ଦୁର୍ଘଟଣାକୁ ରୋକିବା ପାଇଁ ହିଁ ସରକାର ଏହି ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। କଲିକତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ନିୟମର ଉଲଂଘନ କରିବା ଦ୍ୱାରା ଚାଳକଙ୍କୁ ଫଟୋକୁ ଲୋକେ ସୋସିଆଲ ମିଡ଼ିଆରେ ଅପଲୋଡ କରିପାରିବେ।

publive-image

ତେବେ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ଫୋନରେ କଥା ହେଲେ ଫଟୋ ଉଠାହୋଇ ଫଟୋରୁ ଗାଡ଼ିର ନମ୍ବର ଦେଖି ଜୋରିମାନା ଚାଲାଣ କଟାହେବ ବୋଲି ରାଜଧାନୀ ଭୁବନେଶ୍ୱରରେ ନିୟମ ହୋଇଥିଲା। ରାସ୍ତାରେ ଗଲାବେଳେ ଅନ୍ୟ ସବୁ ନିୟମଗୁଡ଼ିକୁ ଭାଙ୍ଗିଲେ ମଧ୍ୟ ଫଟୋ ଉଠିବ ଓ ଜୋରିମାନା ଦିଆଯିବ ବୋଲି ନିୟମ ଜାରି ହୋଇଥିଲା। ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ ଏଭଳି ଏକ ଅଭିନବ ଉପାୟ ଚିନ୍ତା କରିଥିଲେ ସୁଦ୍ଧା ଆଜ ପର୍ଯ୍ୟନ୍ତ କିଛି ଫଳପ୍ରଦ ହୋଇପାରିନି। ପଶ୍ଚିମବଙ୍ଗ ପରି ଆମ ରାଜ୍ୟରେ ମଧ୍ୟ ନିୟମ କଡ଼ାକଡ଼ି ହେଲେ ସୁଫଳ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe