NPR
ମସ୍କୋ: ରୁଷ୍ ରାଜଧାନୀ ମସ୍କୋର ଅନେକ କୋଠା ଉପରେ ଡ୍ରୋନ୍ ଦ୍ବାରା ଆକ୍ରମଣ ହୋଇଛି। କିନ୍ତୁ କେହି ଗୁରୁତର ଆହତ ହୋଇ ନ ଥିବା ବା ବଡ଼ ଧରଣର କ୍ଷତି ହୋଇ ନ ଥିବା ଏବଂ ରୁଷ୍ର ଏୟାର ଡିଫେନ୍ସ ସିଷ୍ଟମ୍ ଦ୍ବାରା ଅନେକ ଡ୍ରୋନ୍କୁ ଧ୍ବଂସ କରିଦିଆଯାଇଥିବା ମଙ୍ଗଳବାର ରୁଷୀୟ ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି। ମସ୍କୋ ଗଭର୍ଣ୍ଣର ଆଣ୍ଡ୍ରେଇ ବୋରୋବିୟୋବ କହିଛନ୍ତି ଯେ ମସ୍କୋ ଆଡକୁ ଆସୁଥିବା ବେଳେ ଅନେକ ଡ୍ରୋନ୍କୁ ଧ୍ବଂସ କରିଦିଆଯାଇଛି। ତେବେ ଏହି ଡ୍ରୋନ୍ ଆକ୍ରମଣ କିଏ କରିଛି ତାହା ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁସାରେ ୪ରୁ ୧୦ଟି ଡ୍ରୋନ୍ ମସ୍କୋ ସହରତଳି ଅଞ୍ଚଳରେ ମାଡ଼ ହୋଇଥିଲା।
ରବିବାର ରୁଷ୍ ପକ୍ଷରୁ ୟୁକ୍ରେନ୍ ରାଜଧାନୀ କିବ୍ ଉପରେ ଘନଘନ ଡ୍ରୋନ୍ ଆକ୍ରମଣ କରାଯାଇଥିବା ବେଳେ ତାହାକୁ ଭ୍ରୂକ୍ଷେପ ନ କରି କିବ୍ବାସୀ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି ଯେ, ତାଙ୍କ ସେନା ରୁଷ୍ ପକ୍ଷରୁ ଛଡ଼ାଯାଇଥିବା ଇରାନ-ନିର୍ମିତ ୫୯ଟି ‘କାମିକାଜେ’ ଡ୍ରୋନ୍ ମଧ୍ୟରୁ ୫୮ଟି ଡ୍ରୋନ୍କୁ ଖସାଇ ଦେଇଛି। କିବ୍ ପ୍ରତି ଲକ୍ଷ୍ୟ କରି ଛଡ଼ାଯାଇଥିବା ସମସ୍ତ ୩୬ଟି ଡ୍ରୋନ୍କୁ ମଧ୍ୟ ଖସାଇ ଦିଆଯାଇଛି ବୋଲି ସେ କହିଛନ୍ତି।
Follow Us