ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍‌ ଆକ୍ରମଣ

Advertisment

ହମାସ ମୁଖ୍ୟ ୟାହ୍ୟା ସିନୱାରକୁ ଗାଜାରେ ନିପାତ କରିବାର ୨ ଦିନ ପରେ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରକୁ ଟାର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ ହୋଇଛି।

ହମାସ ମୁଖ୍ୟ ୟାହ୍ୟା ସିନୱାରକୁ ଗାଜାରେ ନିପାତ କରିବାର ୨ ଦିନ ପରେ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରକୁ ଟାର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ ହୋଇଛି।

gjggjgjgj

ତେଲ୍‌ ଅବିବ: ହମାସ ମୁଖ୍ୟ ୟାହ୍ୟା ସିନୱାରକୁ ଗାଜାରେ ନିପାତ କରିବାର ୨ ଦିନ ପରେ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରକୁ ଟାର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ ହୋଇଛି। ଲେବାନନ୍‌ରୁ ଛଡ଼ାଯାଇଥିବା ଏକ ଡ୍ରୋନ୍‌ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦକ୍ଷିଣ ହାଇଫାର କେସରିୟା ସ୍ଥିତ ଘରୋଇ ବାସଭବନ ନିକଟରେ ପଡ଼ି ବିସ୍ଫୋରଣ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି, ଆକ୍ରମଣ ସମୟରେ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ଘରେ ନଥିଲେ। ଲେବାନନ୍‌ରୁ ଛଡ଼ାଯାଇଥିବା ଅନ୍ୟ ୨ଟି ଡ୍ରୋନ୍‌କୁ ମଧ୍ୟ ଖସାଇ ଦିଆଯାଇଥିବା ଇସ୍ରାଏଲ ମୁଖପାତ୍ର କହିଛନ୍ତି। କିନ୍ତୁ ତୃତୀୟ ଡ୍ରୋନ୍‌ଟି ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ପଡ଼ି ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ସାଉଦି ଆଉଟଲେଟ୍‌ ଅଲ୍‌-ହଦାଥ ଦାବି କରିଛି ଯେ ଡ୍ରୋନ୍‌ ଆକ୍ରମଣରେ ନେତାନ୍ୟାହୁଙ୍କ ବାସଭବନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି।

ଲେବାନନ୍‌ରୁ ଟାର୍ଗେଟ୍‌ କଲା ହେଜବୁଲ୍ଲା
ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲାର ୬୦ ସଦସ୍ୟ ନିହତ
ଉତ୍ତର ଗାଜାରେ ୩୩ ମୃତ

ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଲେବାନନ୍‌ରୁ ୭୦ କିମି ଯାତ୍ରା କରି ଡ୍ରୋନ୍‌ଟି ଆସି ନେତାନ୍ୟାହୁଙ୍କ ବାସସଭବନ ନିକଟରେ ମାଡ଼ ହୋଇଥିଲା ବୋଲି ଇସ୍ରାଏଲୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ହମାସ ମୁଖ୍ୟ ୟାହ୍ୟା ସିନୱାର ନିପାତ ହେବାର ୨ ଦିନ ପରେ ଆଜି ଲେବାନନ୍‌ରୁ ଏହି ଡ୍ରୋନ୍‌ ଆକ୍ରମଣ ହୋଇଛି। 

ଅନ୍ୟପକ୍ଷେ ଇସ୍ରାଏଲ ସେନା ଦାବି କରିଛି ଯେ ଏହା ଲେବାନନ୍‌ରେ ପ୍ରାୟ ୬୦ ଜଣ ହେଜବୁଲ୍ଲା ଯୋଦ୍ଧାଙ୍କୁ ନିପାତ କରିଛି ଏବଂ ଏହାର ଆଞ୍ଚଳିକ କମାଣ୍ଡ ସେଣ୍ଟର୍‌କୁ ଧ୍ବଂସ କରିଦେଇଛି। ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲା ଉପକମାଣ୍ଡର ନିପାତ ହୋଇଛି ବୋଲି ଇସ୍ରାଏଲ ସେନା କହିଛି। ଆଇଡିଏଫ୍‌ ଅନୁଯାୟୀ ନସେର ଅବେଦ ଅଲ ଅଜିଜ ରଶିଦ ଇସ୍ରାଏଲ୍‌ ନାଗରିକଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା। ଉତ୍ତର ଗାଜାରେ ମଧ୍ୟ ଆଜି ଇସ୍ରାଏଲ ଜବାଲିଆ ଶରଣାର୍ଥୀ ଶିବିର ଉପରେ ବିମାନ ଆକ୍ରମଣ କରିଛି। ଏଥିରେ ୩୩ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe