ସାଉଦି ଆରବ ତେଲଟାଙ୍କି ଉପରେ ଡ୍ରୋନ୍‌ ଆକ୍ରମଣ

ସାଉଦି ତେଲ ସଂକଟ ଭାରତୀୟ ଅର୍ଥନୀତିକୁ ଗୁରୁତରଭାବେ ପ୍ରଭାବିତ କରିବା ଆଶଙ୍କା, ସେନସେକ୍ସ ୬୪୨ ପଏଣ୍ଟ ହ୍ରାସ

ରିୟାଧ: ସାଉଦି ଆରବର ୨ଟି ପ୍ରମୁଖ ତେଲ ଟାଙ୍କି ଏବଂ ଗୋଟିଏ ବଡ଼ ପାଇପ୍‌ଲାଇନ୍‌ ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଥିବା ସାଉଦି ଆରବ ପକ୍ଷରୁ ବୁଧବାର ଅଭିଯୋଗ କରାଯାଇଛି। ଏଥିରେ କେବେଳ ସାଉଦି ଅ‌ାରବର ସୁରକ୍ଷାକୁ ଟାର୍ଗେଟ୍‌ କରାଯାଇନାହିଁ ବରଂ ବିଶ୍ୱର ତୈଳ ଯୋଗାଣକାରୀ ବ୍ୟବସ୍ଥା ଉପରେ ଆକ୍ରମଣ ହୋଇଛି ବୋଲି ସାଉଦି ଆରବ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଦିନ କିଙ୍ଗ୍‌ ସଲମାନ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ କ୍ୟାବିନେଟ ବୈଠକ ପରେ ବୁଧବାର ଏହି ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ପ୍ରତିଦିନ ୫ ନିୟୁତ ବ୍ୟାରଲ ତୈଳ ଉତ୍ପାଦନ କ୍ଷମତା ରଖୁଥିବା ଦୁଇଟି ତୈଳ ଟାଙ୍କି ଅଲ-ମାର୍ଜୁକ୍ବା ଏବଂ ଅମଯାଦ୍‌ ଉପରେ ଆକ୍ରମଣ ହୋଇଛି। ସାଉଦି ଆରବର ପୂର୍ବାଞ୍ଚଳରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ପାଇପ୍‌ଲାଇନ୍‌ ଯାହା ତୈଳ ଯୋଗାଣ ପାଇଁ ଏକ ବିକଳ୍ପ ରାସ୍ତା ଭାବେ ବ୍ୟବହାର କରାଯାଉଛି ତାହାରି ଉପରେ ମଧ୍ୟ ଆକ୍ରମଣ ହୋଇଛି। ଗଲ୍‌ଫ ରାସ୍ତା ଦେଇ ଯଦି ତୈଳ ଯୋଗାଣ ବନ୍ଦ ହୋଇଯାଏ ତେବେ ଏହି ପାଇପ୍‌ଲାଇନ୍‌ ମାଧ୍ୟମରେ ତୈଳ ଯୋଗାଣ କରାଯାଇଥାଏ। ଅଲ୍‌-ମାର୍ଜୁକ୍ବା ଏବଂ ଅମଯାଦ୍‌ ନାମକ ୨ଟି ତୈଳ ଟାଙ୍କି ଆକ୍ରମଣରେ ବିଶେଷ କ୍ଷତି ହୋଇଥିବା ବେଳେ ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ଶକ୍ତି ମନ୍ତ୍ରୀ ଖାଲିଦ-ଅଲ୍‌-ଫଲୀ ସୂଚନା ଦେଇଛନ୍ତି। ଆମେରିକାର ବନ୍ଧୁ ଭାବେ ଜଣାଶୁଣା ସାଉଦି ଆରବ ଏବଂ ୟୁନାଇଟେଡ଼ ଆରବ ଆମିରଟ୍‌ସ ପକ୍ଷରୁ ଆକ୍ରମଣ ବିଷୟରେ ସବିଶେଷ ତଥ୍ୟ ଦିଆଯାଇନହିଁ। ତେବେ ଏହି ଆକ୍ରମଣ ଆମେରିକା ଏବଂ ରିୟାଦର ପ୍ରମୁଖ ଶତ୍ରୁପକ୍ଷ ଇରାନ ମଧ୍ୟରେ ଲାଗିରହିଥିବା ବିବାଦ ସମୟରେ ହୋଇଥିବାରୁ ଏହାକୁ ଗୁରୁତର ସହ ନିଆଯାଉଛି। ତେବେ ୟେମେନ୍‌ର ହୁଥି ବିଦ୍ରୋଦୀମାନେ ଏହି ଆକ୍ରମଣ କରିଥିବା ଦାବି କରିଛନ୍ତି। ଗତ ଚାରି ବର୍ଷର ଯୁଦ୍ଧ ବେଳେ ଅପରାଧ କରିଥିବା ଯୋଗୁଁ ଉକ୍ତ ଆକ୍ରମଣ କରାଯାଇଛି ବୋଲି ବିଦ୍ରୋହୀମାନେ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe