ଗାଁ ଭିତରକୁ ରହସ୍ୟମୟ ଭାବେ ପଶି ଆସିଲା ଡ୍ରୋନ; ଗଛରେ ଧକ୍କା ଖାଇ ତଳେ ପଡ଼ିଲା

Advertisment

ଆର୍ମି କ୍ୟାମ୍ପରେ ଅଭ୍ୟାସ ସମୟରେ ଗାଁ ଭିତରକୁ ପଶି ଆସିଲା ଡ୍ରୋନ। ବିଳମ୍ବିତ ରାତିରେ ନିମ୍ବ ଗଛରେ ଧକ୍କା ଖାଇ ଗାଁ ମଝିରେ ଖସି ପଡ଼ିଲା। ଗ୍ରାମବାସୀ ଭୟଭୀତ ହୋଇ ପୁଲିସକୁ ଦେଲେ ସୂଚନା।

ଆର୍ମି କ୍ୟାମ୍ପରେ ଅଭ୍ୟାସ ସମୟରେ ଗାଁ ଭିତରକୁ ପଶି ଆସିଲା ଡ୍ରୋନ। ବିଳମ୍ବିତ ରାତିରେ ନିମ୍ବ ଗଛରେ ଧକ୍କା ଖାଇ ଗାଁ ମଝିରେ ଖସି ପଡ଼ିଲା। ଗ୍ରାମବାସୀ ଭୟଭୀତ ହୋଇ ପୁଲିସକୁ ଦେଲେ ସୂଚନା।

Untitled-7 (2)

ଲଲିତପୁର: ଉତ୍ତରପ୍ରଦେଶର ଲଳିତପୁର ଜିଲ୍ଲାର ଏକ ଗାଁରେ ବିଳମ୍ବିତ ରାତିରେ ହଠାତ ଏକ ଡ୍ରୋନ୍ ଖସି ପଡ଼ିବା ଘଟଣାକୁ ନେଇ ଆତଙ୍କ ଖେଳି ଯାଇଛି। ପୁଲିସ ଏବଂ ସେନା କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଡ୍ରୋନଟିକୁ ଜବତ କରିଛନ୍ତି।

ସୂଚନାଯୋଗ୍ୟ, ତାଲବେହାଟ କୋତୱାଲି ଅଞ୍ଚଳର କାଦେରସରା କଳା ଗାଁରେ ଥିବା ଏକ ନିମ୍ବ ଗଛରେ ଡ୍ରୋନଟି ଫସି ରହିବା ପରେ ବିଳମ୍ବିତ ରାତିରେ ତଳକୁ ଖସି ପଡ଼ିଗଲା। ଉକ୍ତ ଡ୍ରୋନକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। 

ତାଲବେହାଟର ପୁଲିସ ସର୍କଲ୍ ଅଧିକାରୀ (ସିଓ) ରଖପାଲ ସିଂହ କହିଛନ୍ତି, ‘ଡ୍ରୋନଟି ବାବିନା ଆର୍ମି କ୍ୟାମ୍ପର ଥିଲା। ଆର୍ମି କ୍ୟାମ୍ପରେ ଅଭ୍ୟାସ ସମୟରେ ଡ୍ରୋନଟି ତାଲବେହାଟ କୋତୱାଲି ଅଞ୍ଚଳକୁ ପଶି ଆସିଥିଲା। ଗାଁରେ ଥିବା ଏକ ନିମ୍ବଗଛରେ ଡ୍ରୋନଟି ଧକ୍କା ଖାଇ ତଳକୁ ଖସି ପଡ଼ିଥିଲା।  ଡ୍ରୋନଟି କୌଣସି କ୍ଷତି ନକରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେନା ଏବେ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ଏବଂ ଡ୍ରୋନ୍କୁ ସୁରକ୍ଷିତ ଭାବରେ ନିଜ ଶିବିରକୁ ନେଇଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe