ଜମ୍ମୁର ଦୋମାନା ଅଞ୍ଚଳରେ ଦୃଶ୍ୟମାନ ହେଲା ଡ୍ରୋନ୍‌ ସଦୃଶ ଜିନିଷ

Advertisment
ଜମ୍ମୁର ଦୋମାନା ଅଞ୍ଚଳରେ ଦୃଶ୍ୟମାନ ହେଲା ଡ୍ରୋନ୍‌ ସଦୃଶ ଜିନିଷ

Image Courtesy of India Today

ଜମ୍ମୁ: ଶନିବାର ରାତିରେ ଜମ୍ମୁର ଦୋମାନା ଅଞ୍ଚଳରେ ସ୍ଥାନୀୟ ଲୋକେ ଡ୍ରୋନ୍‌ ଭଳି କିଛି ଗୋଟାଏ ସାମଗ୍ରୀ ଦେଖିଥିବା କଥା କହିଛନ୍ତି। ପାଖ ଜିଲ୍ଲାରେ ଦୁଇଟି ସନ୍ଦିଗ୍ଧ ‘ଅନ୍‌ମ୍ୟାନ୍‌ଡ୍‌ ଏରିଏଲ୍‌ ଭେଇକ୍ଲ୍‌’ ଦୃଶ୍ୟମାନ ହେବାର କିଛି ସମୟ ପରେ ଦୋମାନାରେ ଉକ୍ତ ଡ୍ରୋନ୍‌ ସଦୃଶ ଉଡ଼ନ୍ତା ଜିନିଷଟି ଦୃଶ୍ୟମାନ ହୋଇଥିବା ଜଣାପଡ଼ିଛି।

ଜଣେ ସ୍ଥାନୀୟ ଯୁବକ ତାଙ୍କ ମୋବାଇଲ୍‌ ଫୋନ୍‌ରେ ଆଲୋକ ଧପ ଧପ ହେଉଥିବା ଉକ୍ତ ଡ୍ରୋନ୍‌-ସଦୃଶ ଜିନିଷଟିର ଭିଡିଓ ଉତ୍ତୋଳନ କରିଛନ୍ତି। ତିନି ମିନିଟି ପରେ ସନ୍ଦିଗ୍ଧ ଡ୍ରୋନ୍‌ଟି ଅନ୍ତର୍ଦ୍ଧାନ ହୋଇଯାଇଥିଲା।

ଏହାକୁ ମିଶାଇ ଶନିବାର ସନ୍ଧ୍ୟାରେ ସମୁଦାୟ ତିନୋଟି ଡ୍ରୋନ୍‌ ଦୃଶ୍ୟମାନ ହୋଇଛି। ପ୍ରଥମ ଦୁଇଟି ଡ୍ରୋନ୍‌ ରାତି ୮ଟାରୁ ୯ଟା ମଧ୍ୟରେ ସାମ୍ବା ଜିଲ୍ଲାରେ ଦୃଶ୍ୟମାନ ହୋଇଥିଲା। ରାତି ପ୍ରାୟ ୯.୫୦ରେ ଜମ୍ମୁ ଜିଲ୍ଲାର ଦୋମାନା ଅଞ୍ଚଳରେ ଲୋକେ ତୃତୀୟ ‘ଅନ୍‌ମ୍ୟାନ୍‌ଡ୍‌ ଏରିଏଲ୍‌ ଭେଇକ୍ଲ୍‌’ ବା ଡ୍ରୋନ୍‌ ଦେଖିଥିଲେ।

ସନ୍ଦିଗ୍ଧ ଡ୍ରୋନ୍‌ଗୁଡ଼ିକୁ ଖୋଜି ବାହାର କରିବା ଲାଗି ନିରାପତ୍ତା ବଳ ତଲାସ ଅଭିଯାନ ଆରମ୍ଭ କରିଛି।

publive-image Image Courtesy of India Today

ଜୁନ୍‌ ମାସରେ ଜମ୍ମୁ ବାୟୁସେନା ଘାଟିରେ ଆକ୍ରମଣ ହେବା ପରେ ପରେ ଜମ୍ମୁ ଓ କଶ୍ମୀରର ଆନ୍ତର୍ଜାତିକ ସୀମାରେଖା ଅଞ୍ଚଳରେ ଡ୍ରୋନ୍‌ ଦୃଶ୍ୟମାନ ହେଉଛି। ସେଥିରୁ ନିଷ୍କ୍ରିୟ କରାଯାଇଥିବା କେତେକ ଡ୍ରୋନ୍‌ରେ ‘ଆଇଇଡି’ (ବିସ୍ଫୋରକ ସାମଗ୍ରୀ) ଥିବା ଜଣାପଡ଼ିଛି।

ଅଗଷ୍ଟ ୧୫ ତାରିଖ ଦିନ ସ୍ବାଧୀନତା ଦିବସ ପାଳନ ପୂର୍ବରୁ କୌଣସି ଉଡ଼ନ୍ତା ସାମଗ୍ରୀ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ନିରାପତ୍ତା ଏଜେନ୍‌ସିଙ୍କୁ ନିର୍ଦେଶ ଦେଇଛନ୍ତି।

ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ଆତଙ୍କବାଦୀ ସଙ୍ଗଠନ ସବୁ ସଦାସର୍ବଦା ଡ୍ରୋନ୍‌ ବ୍ୟବହାର କରିବାକୁ ଉଦ୍ୟମ କରୁଥିବାରୁ ଜମ୍ମୁ ଓ କଶ୍ମୀର ଡିଜିପି ଦିଲ୍‌ବାଗ ସିଂହ ମଧ୍ୟ ଅଧିକ ସତର୍କ ରହିବା ଲାଗି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe