DBPOST
ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଚାଲିଛି। ଲୋକମାନେ ନିଜ ଘରେ ଅଛନ୍ତି ଏବଂ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହା ସତ୍ତ୍ୱେ କିଛି ଲୋକ ଏହାକୁ ହାଲକା ଢଙ୍ଗରେ ନେଉଛନ୍ତି | କିଛି ବ୍ୟକ୍ତି ଲକଡାଉନ କଟକଣାବେଳେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ଦେଖିବାକୁ ମିଳିଛି | ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ନିଜ ଘର ଛାତରେ ଜୁଆ ଖେଳୁଥିବାର ଦେଖିବାକୁ ମିଳିଛି ।
ଏହି ସମୟରେ ପୁଲିସର ଡ୍ରୋନ୍ କ୍ୟାମେରା ସେଠାରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଭିଡିଓରେ ପୁଲିସ ଦେଇଥିବା ଚେତାବନୀ ମଧ୍ୟ ଶୁଣାଯାଉଛି। ଭିଡିଓରେ ସ୍ୱର ଶୁଣିବାକୁ ମିଳୁଛି ଯେ, 'ଡ୍ରୋନ୍ କ୍ୟାମେରା ଦ୍ୱାରା ତୁମକୁ ନଜର ରଖାଯାଉଛି। ଯଦି ଆପଣ ଗୋଷ୍ଠୀରେ ବସିଥିବେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
ଆପଣମାନେ ଆପଣଙ୍କ ଘରେ ରୁହନ୍ତୁ, ଯଦି ଆପଣଙ୍କର ଫଟୋଗ୍ରାଫ୍ ଡ୍ରୋନ୍ କ୍ୟାମେରାରେ ଆସେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଏହି ଭିଡିଓକୁ ସଦ୍ଦାମ ଅନସାରୀ ନାମକ ଜଣେ ଟିକଟକ ୟୁଜର୍ସ ସେୟାର କରିଛନ୍ତି। ମଜା କଥା ଯେ ଜୁଆ ଖେଳୁଥିବାବେଳେ ଡ୍ରୋନ୍ ଆସିବା ମାତ୍ରେ ଯିଏ ଯୁଆଡେ ଛତ୍ରଭଙ୍ଗ ଦେଇଛନ୍ତି | ତେବେ ଏହି ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡିନାହିଁ |
Follow Us