ବିପଦ ସଂକେତ ଉପରେ ଯମୁନା ନଦୀ, ଡ୍ରୋନ୍‌ ରଖୁଛି ବନ୍ୟା ଜଳ ଉପରେ ନଜର

Advertisment
ବିପଦ ସଂକେତ ଉପରେ ଯମୁନା ନଦୀ, ଡ୍ରୋନ୍‌ ରଖୁଛି ବନ୍ୟା ଜଳ ଉପରେ ନଜର

ANI Photo

ନୂଆଦିଲ୍ଲୀ: ଦିଲ୍ଲୀର ଯମୁନା ନଦୀରେ ଜଳ ସ୍ତର ବଢ଼ିବା କାରଣରୁ ସଙ୍କଟ ଦେଖାଦେଇଛି। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳ।  ଏହାକୁ ତୀକ୍ଷ୍ମ ଭାବେ ତନଖିବା ପାଇଁ ଦିଲ୍ଲୀ ସରକାର ୧୩ଟି ଡ୍ରୋନ୍‌ ନିୟୋଜିତ କରିଛନ୍ତି। ଯମୁନା ନଦୀରେ ବିପଦ ସଂକେତ ୨୦୫.୩୩ ମିଟର ଥିବା ବେଳେ ମଙ୍ଗଳବାର ସକାଳ ୭ଟାରେ ୨୦୫.୯୪ ମିଟର ଉପରେ ଜଳ ପ୍ରବାହିତ ହୋଇଛି।

ବିପଦ ଆସୁଥିବା ହେତୁ ନଦୀ କୂଳିଆ ଅଞ୍ଚଳରେ ବାସ କରୁଥିବା ୨୧ ହଜାର ଲୋକଙ୍କୁ ଏବେ ସୁଦ୍ଧା ସ୍ଥାନାନ୍ତରିତ କରାଯାଇ ସାରିଲାଣି। ୧୧ ଶହ ଲୋକଙ୍କୁ ରିଲିଫ୍‌ ଶିବିରକୁ ନିଆଯାଇଛି। ଆହୁରି ୧୧୨୦ଟି ଶିବିର ତିଆରି ଚାଲିଛି। ଡାକ୍ତରୀ ପରୀକ୍ଷା ବି ହେଉଛି।

publive-image Environment Clearance

ଏହି ଅପରେସନରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟୋଜିତ କରାଯାଇଥିବା ଡ୍ରୋନ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଯମୁନା ନଦୀ ଆରମ୍ଭ ହୋଇଥିବା ଦିଲ୍ଲୀରୁ ନେଇ ସହଧାରା ନିକଟସ୍ଥ ଓଲ୍‌ଡ ଆଇରନ୍‌ ବ୍ରିଜ୍‌ ପର୍ଯ୍ୟନ୍ତ ଡ୍ରୋନ୍‌ଗୁଡ଼ିକୁ ନିୟୋଜିତ କରାଯାଇଛି। ଏହି ଡ୍ରୋନ୍‌ଗୁଡ଼ିକ ଜଳସ୍ତର ଓ ଜଳର ପ୍ରବାହ ସଂପର୍କରେ ସୂଚନା ଦେଉଛି। କେବଳ ଏତିକି ନୁହେଁ, ଉଦ୍ଧାର କାର୍ଯ୍ୟ ପାଇଁ ୫୩ଟି ଡଙ୍ଗା ମଧ୍ୟ ମୁତୟନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe