ବିଏଚୟୁ ଓ ଏଏମୟୁ ନାମରୁ ‘ହିନ୍ଦୁ’ ଓ ‘ମୁସଲମାନ’ ଶବ୍ଦ ହଟାଇ ଦିଆଯାଉ: ୟୁଜିସି

Advertisment
ବିଏଚୟୁ ଓ ଏଏମୟୁ ନାମରୁ ‘ହିନ୍ଦୁ’ ଓ ‘ମୁସଲମାନ’ ଶବ୍ଦ ହଟାଇ ଦିଆଯାଉ: ୟୁଜିସି

ନୂଆଦିଲ୍ଲୀ: ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ସରକାରୀ ଅନୁଦାନ ପ୍ରାପ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର ନାମରୁ ହିନ୍ଦୁ ଓ ମୁସଲମାନ ନାମ ହଟାଇ ଦିଆଯିବା ଉଚିତ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିଯୁକ୍ତ ଏକ ପାନେଲ ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଡିଟ୍‌ କରିବା ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆଲିଗଡ଼ ମୁସଲିମ୍‌ ୟୁନିଭର୍ସିଟି ନେଇ ଉପରୋକ୍ତ ମତ ପ୍ରକାଶ କରିଛନ୍ତି।

ତେବେ ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ସୁପାରିଶକୁ ଖାରଜ କରି ଦେଇଛନ୍ତି। ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ କହିବାନୁସାରେ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିଏଚୟୁ )ଓ ଏଏମୟୁର (ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ)ନାମ ପରିବର୍ତ୍ତନ କରିବାରେ ସରକାର କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ଏହି ପ୍ୟାନେଲ କହିଥିଲା ଯେ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଅଲିଗଡ଼ ମୁସଲିମ୍‌ ୟୁନିଭର୍ସିଟି ନାମରୁ ଯଥାକ୍ରମେ ହିନ୍ଦୁ ଓ ମୁସଲିମ୍‌ ଶବ୍ଦକୁ ହଟାଇ ଦିଆଯାଉ। ଏହି ପ୍ୟାନେଲ ୧୦ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଯାଞ୍ଚ କରିବା ଲାଗି ଗଠନ କରାଯାଇଥିଲା।

ପ୍ୟାନେଲର ଜଣ ସଦସ୍ୟଙ୍କ କହିବାନୁସାରେ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଅଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ ନାମରୁ ହିନ୍ଦୁ ଓ ମୁସଲିମ୍‌ ଶବ୍ଦକୁ ହଟାଇ ଏହି ବିଶ୍ୱବିିଦ୍ୟାଳୟର ନାମ ସେମାନଙ୍କ ସଂସ୍ଥାପକଙ୍କ ନାମ ଅନୁସାରେ ରଖାଯାଇପାରେ।

ଏଏମୟୁ ଓ ବିଏଚୟୁ ବ୍ୟତୀତ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ, ଆଲହାବାଦ ବିଶ୍ୱବଦ୍ୟାଳୟ, ହେମବତୀ ନନ୍ଦନ ବହୁଗୁଣା ଗଢ଼ବାଲ ବିଶ୍ୱବିଦ୍ୟାଳୟ, ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଜମୁ-କଶ୍ମୀର ବିଶ୍ୱବିଦ୍ୟାଳୟ, ମହାତ୍ମାଗାନ୍ଧୀ ଅନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟ, ତ୍ରିପୁରା ବିଶ୍ୱବିଦ୍ୟାଳୟ ଓ ହିରା ସିଂହ ବିଶ୍ୱବିଦ୍ୟାଳୟର ସମୀକ୍ଷା ଏହି ପାନେଲ୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe