ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

Advertisment
ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଆଜି ‘ଏନ୍‌ଡିଏ’ ପ୍ରାର୍ଥିନୀ ଭାବେ ଆଜି ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଓଡ଼ିଶା ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଏବଂ  କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସଂସଦ ଭବନରେ ଉପସ୍ଥିତ ଥିଲେ।

ଓଡ଼ିଶାର ସାନ୍ତାଳ ଜନଜାତି ସମ୍ପ୍ରଦାୟର ଦ୍ରୌପଦୀ ମୁର୍ମୁ ବିରୋଧୀ ‌ଦଳଙ୍କ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବିପକ୍ଷରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। କିନ୍ତୁ, ନବୀନ ପଟ୍ଟନାୟକଙ୍କ ‘ବିଜେଡି’ ଏବଂ ଜଗନ ମୋହନ ରେଡ୍ଡୀଙ୍କ ‘ୱାଇଏସ୍‌ଆର୍‌’ କଂଗ୍ରେସ’ ଭଳି ଦଳର ସମର୍ଥନ ପାଉଥିବାରୁ ‘ଏନ୍‌ଡିଏ’ ପ୍ରାର୍ଥିନୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଅନାୟାସରେ ଉକ୍ତ ନିର୍ବାଚନରେ ବିଜୟ ହାସଲ କରିବେ।

publive-image Image Courtesy of ANI

ରାଷ୍ଟ୍ରପତି ନିର୍ବାଚନ ପାଇଁ ଥିବା ଇଲେକ୍ଟୋରାଲ୍‌ କଲେଜ୍‌ରେ ସମୁଦାୟ ୧୦,୮୬,୪୩୧ ଖଣ୍ଡ ଭୋଟ୍‌ରୁ ‘ଏନ୍‌ଡିଏ’ର ରହିଛି ୫,୩୨,୩୫୧ ଖଣ୍ଡ ଭୋଟ୍‌। ବିଜେଡିର ୩୧,୬୮୬ ଖଣ୍ଡ ଭୋଟ୍‌ ଥିବା ବେଳେ ‘ୱାଇଏସ୍‌ଆର୍‌ କଂଗ୍ରେସର ୪୫,୫୫୦ ଖଣ୍ଡ ଭୋଟ୍‌ ଏବଂ ‘ଏଆଇଏଡିଏମ୍‌କେ’ର ୧୪,୯୪୦ ଖଣ୍ଡ ଭୋଟ୍‌ ରହିଛି।

ଆଗାମୀ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯିବ ଏବଂ ଜୁଲାଇ ୨୧ ତାରିଖ ଦିନ ଭୋଟ୍‌ ଗଣନା କରାଯିବ। ଜୁଲାଇ ୨୫ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

ଗୁରୁବାର ଦିନ ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଭବନରେ ଅବସ୍ଥାନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। ପ୍ରାର୍ଥୀପତ୍ର ଦାଖଲ କରିବା ନିମନ୍ତେ ଆଜି ପୂର୍ବାହ୍ନରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ସେ ସଂସଦ ଅଭିମୁଖେ ଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe