ଭାରତର ସବୁଠାରୁ ‘କୁତ୍ସିତ ଆଦର୍ଶ’କୁ ପ୍ରତିନିଧିତ୍ୱ କରୁଛନ୍ତି ମୁର୍ମୁ : କଂଗ୍ରେସ ନେତା ଅଜୟ କୁମାର

Advertisment
ଭାରତର ସବୁଠାରୁ ‘କୁତ୍ସିତ ଆଦର୍ଶ’କୁ ପ୍ରତିନିଧିତ୍ୱ କରୁଛନ୍ତି ମୁର୍ମୁ : କଂଗ୍ରେସ ନେତା ଅଜୟ କୁମାର

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ମୁଖପାତ୍ର ଅଜୟ କୁମାର ଏବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟା‌ର୍ଗେଟ କରିଛନ୍ତି। ବିରୋଧୀଙ୍କୁ ୟୁପିଏ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବାକୁ କହିବା ସହ ସେ କହିଛନ୍ତି ଯେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ଏକ ‘କୁତ୍ସିତ ଆଦର୍ଶ’କୁ ପ୍ରତିନିଧିତ୍ୱ କରୁଛନ୍ତି। ସେ କହିଛନ୍ତି ଯେ ତାଙ୍କ ପ୍ରାର୍ଥୀତ୍ୱକୁ "ଆଦିବାସୀଙ୍କ ପ୍ରତୀକ" କରାଯିବା ଉଚିତ ନୁହେଁ। ଡକ୍ଟର ଅଜୟ କୁମାରଙ୍କ ମନ୍ତବ୍ୟ ଉପରେ ବିଜେପି ପକ୍ଷରୁ ମଧ୍ୟ ଜବାବ ରଖାଯାଇଛି।

ତାଙ୍କ କହିବା ମୁତାବକ, ଏହା କେବଳ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ନୁହେଁ। ଯଶୱନ୍ତ ସିହ୍ନା ମଧ୍ୟ ଜଣେ ଭଲ ପ୍ରାର୍ଥୀ ଏବଂ ମୁର୍ମୁ ମଧ୍ୟ ଜଣେ ଭଲ ମହିଳା। କିନ୍ତୁ ସେ ଭାରତର ଏକ କୁତ୍ସିତ ଆଦର୍ଶକୁ ପ୍ରତିନିଧିତ୍ୱ କରନ୍ତି। ଆମେ ତାଙ୍କୁ 'ଆଦିବାସୀ'ଙ୍କ ପ୍ରତୀକ କରିବା ଉଚିତ୍ ନୁହେଁ। ଆମର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଥିବା ବେଳେ ହାଥରସ ପରି ଘଟଣା ଘଟିଗଲା। ହେଲେ ସେ ଏହି ଘଟଣାକୁ ନେଇ କିଛି ବି କହିଲେ ନାହିଁ। ଅନୁସୂଚିତ ଜାତିର ଅବସ୍ଥା ଏବେ ଦେଶରେ ବିଗିଡିବାରେ ଲାଗିଛି।

ଏହାର ଜବାବରେ ବିଜେପି ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ, ପରିସ୍ଥିତି ବିରୋଧରେ ସଂଘର୍ଷ କରିଥିବା, ତୃଣମୂଳସ୍ତରରୁ ନିର୍ବାଚିତ ହୋଇଥିବା, ବିଧାୟିକା ଭାବରେ କାର୍ଯ୍ୟ କରିଥିବା, ସର୍ବୋତ୍ତମ ବିଧାୟିକା ପୁରସ୍କାର ଜିତିଥିବା ଏବଂ ଯାହା ଉପରେ ଦୁର୍ନୀତିର କୌଣସି ଦାଗ ନଥିବା ମହିଳା କିଭଳି ‘କୁତ୍ସିତ ଆଦର୍ଶ’କୁ ପ୍ରତିନିଧିତ୍ୱ ପାରନ୍ତି? କଂଗ୍ରେସ ନେତା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଯେଉଁ ଭାଷାର ବ୍ୟବହାର କରିଛନ୍ତି ଏହା କେବଳ ତାଙ୍କୁ ନୁହେଁ ତାଙ୍କ ସଂଘର୍ଷକୁ ଅପମାନିତ କରିଛି। କଂଗ୍ରେସ ଦଳକୁ କେବଳ ଦ୍ରୌପଦୀ ମୁର୍ମୁଜୀଙ୍କୁ ନୁହେଁ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଏଥିପାଇଁ କ୍ଷମା ମାଗିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe