ବିଜୟୀ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇ ଯଶୱନ୍ତ କହିଲେ; ଆଶା କରୁଛି...

Advertisment
ବିଜୟୀ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇ ଯଶୱନ୍ତ କହିଲେ; ଆଶା କରୁଛି...

ନୂଆଦିଲ୍ଲୀ: ଜୁଲାଇ ୨୧, ୨୦୨୨। ଏହି ଦିନଟି ଓଡ଼ିଶା ଲାଗି  ପାଲଟି ଯାଇଛି ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭ‌ାବେ ନିର୍ବାଚିତ ହୋଇଛନ୍ତି। ମିଳିତ ବିରୋଧୀ ଦଳର ପ୍ରାର୍ଥ ଯଶବନ୍ତ ସିହ୍ନାଙ୍କୁ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ତେବେ ମୁର୍ମୁ ବିଜୟୀ ହେବା ପରେ ତାଙ୍କୁ ତୁରନ୍ତ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳର ପ୍ରାର୍ଥ ଯଶବନ୍ତ ସିହ୍ନା।

‌ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ, ଦେଶର ନାଗରିକଙ୍କ ସହ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ସମଗ୍ର ଦେଶ ଆଶା କରୁଛି ଯେ ଗଣତନ୍ତ୍ରର ୧୫ତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ କୌଣସି ଭୟ କିମ୍ବା ଅନୁଗ୍ରହ ବିନା ସମ୍ବିଧାନର ରକ୍ଷକ ଭାବରେ କାର୍ଯ୍ୟ କରିବେ। ମୁଁ ଦେଶବାସୀଙ୍କ ସହ ତାଙ୍କୁ ଶୁଭେଚ୍ଛା ଜଣାଉଛି।

ଏହା ପୂର୍ବରୁ ଯଶୱନ୍ତ ସିହ୍ନା କହିଥିଲେ ଯେ, ମୁଁ ସ୍ଥିର କରିଛି ଯେ ଯଦି ମୁଁ ନିର୍ବାଚିତ ହୁଏ, ତେବେ ମୁଁ କେବଳ ସମ୍ବିଧାନ ପାଇଁ ଉତ୍ତରଦାୟୀ ହେବି। ଯେତେବେଳେ ବି କାର୍ଯ୍ୟନିର୍ବାହୀ କିମ୍ବା ଅନ୍ୟାନ୍ୟ ଅନୁଷ୍ଠାନ ସାମ୍ବିଧାନିକ ନିୟନ୍ତ୍ରଣ ଏବଂ ସନ୍ତୁଳନ ଉଲ୍ଲଂଘନ କରିବେ, ମୁଁ କୌଣସି ଭୟ କିମ୍ବା ପକ୍ଷପାତ ବିନା ନିଜ ଅଧିକାରର ବ୍ୟବହାର କରିବି। ଦୟାକରି ମୁର୍ମୁଜୀ ମଧ୍ୟ ରାଷ୍ଟ୍ରପତି ହେଲେ ଏସବୁ କରିବେ ବୋଲି ପ୍ରତିଜ୍ଞା କରନ୍ତୁ।

ତେବେ ପାର୍ଲାମେଣ୍ଟ ଭବନରେ ଚାଲିଥିବା ଗଣତିର ତୃତୀୟ ରାଉଣ୍ଡର ଫଳାଫଳ ଅନୁଯାୟୀ ଶ୍ରୀମତୀ ମୁର୍ମୁ  ବିଜୟ ଲାଗି ଆବଶ୍ୟକ ୫୦ ପ୍ରତିଶତ ଭୋଟ ସୀମା ଅତିକ୍ରମ କରିଛନ୍ତି। ଏଥିସହ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସହ ପ୍ରଥମ ଓଡ଼ିଆ ମହିଳା ଭାବେ ଭାରତର ଶୀର୍ଷ ପଦବିରେ ଅଧିଷ୍ଠିତ ହୋଇଛନ୍ତି। କେବଳ ସେତିକି ନୁହେଁ, ଏଥିସହ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତିର ମର୍ଯ୍ୟାଦା ଲାଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe