ଦିଲ୍ଲୀରୁ ୯୦୦ କୋଟିର କୋକେନ୍ ଜବତ

ରାଜଧାନୀ ଦିଲ୍ଲୀରେ ପୁଣି କୋଟି କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି। ଏହି ଔଷଧର ଅନ୍ତର୍ଜାତୀୟ ବଜାର ମୂଲ୍ୟ ପାଖାପାଖି ୯୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ସଫଳ ଅପରେସନରେ ୮୨.୫୩ କିଲୋଗ୍ରାମରୁ ଅଧିକ ଉଚ୍ଚ ମାନର କୋକେନ୍ ଜବତ କରାଯାଇଛି।

drugs

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି କୋଟି କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି। ଏହି ଔଷଧର ଅନ୍ତର୍ଜାତୀୟ ବଜାର ମୂଲ୍ୟ ପାଖାପାଖି ୯୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ସଫଳ ଅପରେସନରେ ୮୨.୫୩ କିଲୋଗ୍ରାମରୁ ଅଧିକ ଉଚ୍ଚ ମାନର କୋକେନ୍ ଜବତ କରାଯାଇଛି। ଏହି ବଡ଼ ଧରଣର ଡ୍ରଗ୍ସ ସାମଗ୍ରୀ ଜବତ କରିବା ସହ ଦୁଇ ସନ୍ଦିଗ୍ଧ ଲୋକେଶ ଚୋପ୍ରା ଓ ଅବଦେଶ ଯାଦବଙ୍କୁ ମଧ୍ୟ ଏନସିବି ଗିରଫ କରିଛି।

 ଏହି କୋକେନ୍  ଦିଲ୍ଲୀରୁ ଅଷ୍ଟ୍ରେଲିଆ ଚୋରା ଚାଲାଣ କରାଯାଉଥିଲା। ଡ୍ରଗ୍ସ ଅହମ୍ମଦାବାଦ ଏବଂ ସୋନିପତରୁ ଆରମ୍ଭ ହୋଇ ଦିଲ୍ଲୀ ଅଣାଯାଇଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି କୋକେନ୍  ଦିଲ୍ଲୀରୁ ଅଷ୍ଟ୍ରେଲିଆ ଚୋରା ଚାଲାଣ କରାଯାଉଥିଲା। ଜବତ ହୋଇଥିବା ଡ୍ରଗ୍ସ ଅହମ୍ମଦାବାଦ ଏବଂ ସୋନିପତରୁ ଆରମ୍ଭ ହୋଇ ଦିଲ୍ଲୀ ଅଣାଯାଇଥିବା ଅନୁମାନ କରାଯାଉଛି। ଏହାକୁ  ସ୍ଥଳଭାଗରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ଼ କୋକେନ୍ ଜବତ ବୋଲି କୁହାଯାଉଛି। କୁହାଯାଉଛି ଯେ ଏହି ଡ୍ରଗ୍ସ ରାକେଟ୍ ପଛର ମାଷ୍ଟରମାଇଣ୍ଡ ଦୁବାଇରେ ରହିଛି ଏବଂ ଦିଲ୍ଲୀର ହାଓ୍ଵାଲା ବ୍ୟବସାୟରେ ଏକ ପ୍ରମୁଖ ଖେଳାଳି।

ସେପଟେ କୋଲକାତାରେ ଏନସିବିକୁ ଏକ ବଡ ସଫଳତା ମିଳିଛି । ଗୌତମ ମଣ୍ଡଳ ନାମକ ଜଣେ ଅନ୍ତର୍ଜାତୀୟ ଡ୍ରଗ୍ସ ବେପାରୀଙ୍କୁ ଏନସିବି ଗିରଫ କରିଛି। ବାଂଲାଦେଶକୁ କୋଡିନ୍ ବେସଡ୍ କଫ ସିରପ୍ (ସିବିସିଏସ୍) ଚୋରା ଚାଲାଣ ମାମଲାରେ ସେ ୱାଣ୍ଟେଡ୍ ଥିଲା। ଏହାବ୍ୟତୀତ ସେ ସୁନା ଚୋରା ଚାଲାଣରେ ମଧ୍ୟ ସମ୍ପୃକ୍ତ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe