ସିଲିଗୁଡି : ଗୁରୁବାର ବିଳମ୍ବିତ ରାତିରେ ସିଲିଗୁଡ଼ି ପୁଲିସର ଏକ ମିଳିତ ଅପରେସନ୍ରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ କୋଟିଏରୁ ଅଧିକ ଟଙ୍କାର ଡ୍ରଗ୍ ଜବତ କରାଯାଇଛି । ମାମଲାରେ ଜଡ଼ିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ସହିତ ଏକ ପିକଅପ୍ ଭ୍ୟାନ୍ ସହ ୮ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଗତରାତିରେ ମହମ୍ମଦ ଅନୁପମ ନାମକ ଜଣେ ସ୍ଥାନୀୟ ଯୁବକକୁ ଡ୍ରଗ୍ ଚୋରାଚାଲାଣ ମାମଲାରେ ଗିରଫ କରାଯାଇଥିବା ବେଳେ ତା’ଠାରୁ ବେଆଇନ ବନ୍ଧୁକ ଏବଂ ଗୁଳି ମଧ୍ୟ ମିଳିଥିବା ଜଣାପଡ଼ିଛି।
କୋଟିଏ ଟଙ୍କା ମୂଲ୍ୟର ଡ୍ରଗ୍ସ୍ ଜବତ, ୩ ଗିରଫ
Advertisment
Follow Us