୧୪୦୦ କୋଟିର ଡ୍ରଗ୍ସ ଜବତ

Advertisment
୧୪୦୦ କୋଟିର ଡ୍ରଗ୍ସ ଜବତ

IndiaTV News

ମୁମ୍ବାଇ : ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର ଆଣ୍ଟି-ନାର୍କୋଟିକ୍ ସେଲ୍ (ଏଏନ୍‌ସି)କୁ ଆଜି ଏକ ବଡ଼ ସଫଳତା ମିଳିଛି। ପୁଲିସ ୧୪୦୦ କୋଟି ଟଙ୍କା ମୂଲ୍ୟର ୭୦୦ କିଲୋଗ୍ରାମ୍ ନିଷିଦ୍ଧ ଔଷଧ ମେ‌ଫିଡ୍ରୋନ୍ ଜବତ କରିବା ସହ ଅର୍ଗାନିକ୍ କେମିଷ୍ଟ୍ରିରେ ସ୍ନାତକୋତ୍ତର ପାସ୍ କରିଥିବା ଜଣେ ଉଚ୍ଚଶିକ୍ଷିତ ଯୁବକ ଓ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ କ୍ରାଇମ୍‌ ବ୍ରାଞ୍ଚ୍‌ର ନିଶା-ବିରୋଧୀ ସେଲ୍ ପକ୍ଷରୁ ଗୁରୁବାର ମୁମ୍ବାଇ ପାଲଘର ଜିଲ୍ଲା ଅନ୍ତର୍ଗତ ନାଲାସୋପାରା ଅଞ୍ଚଳରେ ଥିବା ଏକ ଡ୍ରଗ୍ ମାନୁଫ୍ୟାଚରିଂ ୟୁନିଟ୍‌ରେ ଚଢ଼ଉ କରାଯାଇଥିଲା। ସେଠାରେ ନିଷିଦ୍ଧ ଔଷଧ ମେଫିଡ୍ରୋନ୍ ତିଆରି କରାଯାଉଥିଲା। ଏହି ଚଢ଼ଉ ପରେ ମୁମ୍ବାଇରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ନାଲାସୋପାରାରୁ ଜଣଙ୍କୁ ଗିରଫ କରାଯାଇଛି। ନାଲାସୋପାରାରୁ ଗିରଫ ହୋଇଥିବା ବ୍ୟକ୍ତି ଜଣେ ରସାୟନ ଶାସ୍ତ୍ରର ସ୍ନାତକୋତ୍ତର ଏବଂ ସେ ନିଜ ଜ୍ଞାନକୌଶଳ ପ୍ରୟୋଗ କରି ଏହି ଔଷଧ ପ୍ରସ୍ତୁତ କରୁଥିଲେ।

ମେଫିଡ୍ରୋନ୍‌ର ବଜାର ନାଁଗୁଡ଼ିକ ହେଉଛି ଡ୍ରୋନ୍, ମିଓ ମିଓ ଓ ଏମ୍‌ଡି। ଏହା ଏକ ସିନ୍ଥେଟିକ୍ ଷ୍ଟିମୁଲାଣ୍ଟ (ସ୍ନାୟବିକ ଉତ୍ତେଜନା ସୃଷ୍ଟି କରୁଥିବା ଉପାଦାନ) ଏବଂ ମାନସିକ ପ୍ରକ୍ରିୟାକୁ ବି ଏହା ପ୍ରଭାବିତ କରେ। ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ୍ ସାଇକୋଟ୍ରପିକ୍ ସବ୍‌ଷ୍ଟାନ୍ସେସ୍ (ଏନ୍‌ଡିପିଏସ୍‌) ଆକ୍ଟ ଅନୁସାରେ ଏହି ଔଷଧକୁ ନିଷିଦ୍ଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe