ଏହି କାରଣରୁ ୯ଜଣ ମହିଳାଙ୍କ ସର୍ଜରୀ କରିବା ପୂର୍ବରୁ ଅଚେତ ହେଲେ ଡାକ୍ତର

Advertisment
ଏହି କାରଣରୁ ୯ଜଣ ମହିଳାଙ୍କ ସର୍ଜରୀ କରିବା ପୂର୍ବରୁ ଅଚେତ ହେଲେ ଡାକ୍ତର

indiatoday

ଚିକ୍କମାଗାଲୁରୁ: ସର୍ଜରୀ କରିବା ପୂର୍ବରୁ ଅଚେତ ହେଲେ ଡାକ୍ତର। ଗୋଟିଏ ଦିନରେ ୯ଜଣ ମହିଳାଙ୍କର ସର୍ଜରୀ ହେବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ସର୍ଜରୀର ଠିକ ପୂର୍ବରୁ ଡାକ୍ତର ଅଚେତ ହୋଇପଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ଘଟିଛି କର୍ଣ୍ଣାଟକର ଚିକ୍କମାଗାଲୁରୁରେ ଥିବା ଡାକ୍ତରଖାନାରେ। ୯ଜଣ ମହିଳାଙ୍କର ନସବନ୍ଦୀ ହେବାର ଥିଲା ବୋଲି ଜଣାପଡ଼ିଛି।

ତେବେ ଡାକ୍ତର ଅଚେତ ହେବା ପରେ ଏହାର କାରଣ ସାମ୍ନାକୁ ଆସିଥିଲା। ସର୍ଜରୀ ପୂର୍ବରୁ ଡାକ୍ତର ଅଧିକ ମଦ ପିଇଥିବାରୁ ସେ ଅଚେତ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ରୋଗୀମାନଙ୍କୁ ସକାଳ ପ୍ରାୟ ୮ଟାରେ ଆନାସ୍ଥେସିଆ ଦିଆଯାଇଥିବାବେଳେ ଅସ୍ତ୍ରୋପଚାର ଅପରାହ୍ନ ୨ଟାରେ ଧାର୍ଯ୍ୟ କରାଯାଇଥିଲା। ସର୍ଜରୀ ଦିନ ବାଲକ୍ରିଷ୍ଣ ନାମକ ଏହି ଡାକ୍ତର ଅସ୍ତ୍ରୋପଚାର ଥିଏଟର ଭିତରେ ସକାଳୁ ଶୋଇଥିବା ଦେଖିବାକୁ ମିଳିଥିଲା। ସର୍ଜରୀ ସମୟ ହେବା ପରେ ତାଙ୍କୁ ଡକାଯିବାରୁ ସେ ଉଠିଥିଲେ ବି ପରେ ଅଚେତ ହୋଇଯାଇଥିଲେ।

ଏହି ଘଟଣା ପରେ ରୋଗୀଙ୍କ ପରିବାର ସଦସ୍ୟ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜଣାପଡ଼ିିଛି, ଡାକ୍ତର ବାଲକ୍ରିଷ୍ଣ ପୂର୍ବରୁ ମଧ୍ୟ ଏଭଳି କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe