କାରରେ ଷ୍ଟଣ୍ଟ କରୁଥିଲେ ଯୁବକ, ଚକା ତଳେ ଚାଲିଗଲା ରାସ୍ତାକଡ଼ରେ ଠିଆ ହୋଇଥିବା ୫୦ବର୍ଷୀୟ ବ୍ୟକ୍ତିଙ୍କ ଜୀବନ

Advertisment
କାରରେ ଷ୍ଟଣ୍ଟ କରୁଥିଲେ ଯୁବକ, ଚକା ତଳେ ଚାଲିଗଲା ରାସ୍ତାକଡ଼ରେ ଠିଆ ହୋଇଥିବା ୫୦ବର୍ଷୀୟ ବ୍ୟକ୍ତିଙ୍କ ଜୀବନ

ଗୁରୁଗ୍ରାମ: ରାତି ଅଧରେ ଷ୍ଟଣ୍ଟ କରିବା ପଡ଼ିଲା ଭାରୀ। ଚାଲିଗଲା ଦୋକାନ ଆଗରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ଜୀବନ। ଗୁରୁଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଘଟଣାଟି ରବିବାର ରାତି ୨ଟାରେ ଘଟିଥିବା ବେଳେ ଘଟଣା ସମୟର ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ କାର ଚାଳକ ଷ୍ଟଣ୍ଟ କରୁଥିବା ବେଳେ ଦୋକାନ ଆଗରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ଗାଡ଼ି ଚଢ଼ାଇ ଦେଉଛନ୍ତି। ଏହା ପରେ ତାଙ୍କର ମୃତ୍ୟୁ ଘଟୁଛି।

ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ବୟସ ୫୦ରୁ ଉର୍ଦ୍ଧ୍ବ ହେବ ବୋଲି କହିଛି ପୁଲିସ। ଏହି ଘଟଣାକୁ ନେଇ ପୁଲିସ ୭ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି କାର୍ ଜବତ କରିଛି। ଗିରଫ ୭ଜଣଙ୍କ ମଧ୍ୟରୁ ଜଣେ କମ୍ପ୍ୟୁଟର ଅପରେଟର ଥିବା ବେଳେ ୩ଜଣ ଟ୍ରାଭେଲ ଏଜେନ୍ସିରେ କାମ କରୁଥିବା କହିଛି ପୁଲିସ।

ପୁଲିସର ସୂଚନା ମୁତାବକ, ଘଟଣା ଦିନ ମାରୁତି ଏରଟିଗା କାରରେ ଷ୍ଟଣ୍ଟ ଆରମ୍ଭ କରିବା ପୂର୍ବରୁ ଅଭିଯୁକ୍ତ କିଛି ଯୁବକଙ୍କୁ ଗାଳିଗୁଲଜ କରିଥିବା ବେଳେ ଷ୍ଟଣ୍ଟ ଆରମ୍ଭ କରିଥିଲେ। ଦ୍ରୁତ ଗତିରେ ଆସୁଥିବା କାରକୁ ଦେଖି ମଦ ଦୋକାନ ଆଗରେ ଠିଆ ହୋଇଥିବା କିଛି ଲୋକ ଦୌଡ଼ିବାକୁ ଚେଷ୍ଟା କରୁଥିବା ବେଳେ କାରଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। କାରର ପଛ ଚକାରେ ଚାପି ହୋଇ ଜଣେ ୫୦ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଉଦ୍ୟୋଗ ବିହାର ପୁଲିସ ଷ୍ଟେସନରେ ଏହି ଘଟଣାକୁ ନେଇ ଏତଲା ଦିଆଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe