‘ଆର୍‌ଜେଡି’ ନେତା ତେଜ ପ୍ରତାପଙ୍କ ପାଟନା ବାସଭବନରେ ପଶି ସହଯୋଗୀଙ୍କୁ ହତ୍ୟା କରିବାକୁ ଧମକ ଦେଲେ ନିଶାସକ୍ତ ବ୍ୟକ୍ତି

Advertisment
‘ଆର୍‌ଜେଡି’ ନେତା ତେଜ ପ୍ରତାପଙ୍କ ପାଟନା ବାସଭବନରେ ପଶି ସହଯୋଗୀଙ୍କୁ ହତ୍ୟା କରିବାକୁ ଧମକ ଦେଲେ ନିଶାସକ୍ତ ବ୍ୟକ୍ତି

Image Courtesy of India Today

ପାଟନା: ରବିବାର ସନ୍ଧ୍ୟାରେ ଦଳେ ବ୍ୟକ୍ତି ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ହସନ୍‌ପୁରର ବିଧାୟକ ତେଜ ପ୍ରତାପ ଯାଦବଙ୍କ ପାଟନାସ୍ଥିତ ବାସଭବନରେ ଧଷେଇ ପଶିବା ତାଙ୍କ ସହଯୋଗୀ ସୃଜନ ସ୍ବରାଜଙ୍କୁ ଆକ୍ରମଣ କରିବା ସହିତ ତାଙ୍କୁ ମାରି ଦେବାକୁ ଧମକ ଦେଇଛନ୍ତି।

ସନ୍ଧ୍ୟା ୬.୩୦‌ରେ ଘଟିଥିବା ଉପରୋକ୍ତ ଘଟଣା ସଂକ୍ରାନ୍ତରେ ‘ଯୁବ ଆର୍‌ଜେଡି’ର ସଭାପତି ଥିବା ସୃଜନ ସ୍ବରାଜ ସେକ୍ରେଟେରିଏଟ୍‌ ଥାନାରେ ଅଭିଯୋଗ କରିଛନ୍ତି।

publive-image Image Courtesy of The Economic Times

ଅଭିଯୋଗ ପତ୍ରରେ ସ୍ବରାଜ କହିଛନ୍ତି ଯେ, ୧୦ଜଣ ସହଯୋଗୀଙ୍କ ସହିତ ଗୌରବ ଯାଦବ ନାମରେ ଜଣେ ବ୍ୟକ୍ତି ୨ଏମ୍‌, ଷ୍ଟ୍ରାଣ୍ଡ୍‌ ରୋଡ୍‌ସ୍ଥିତ ତେଜ ପ୍ରତାପ ଯାଦବଙ୍କ ସରକାରୀ ବାସଭବନରେ ବଳପୂର୍ବକ ପ୍ରବେଶ କରିଥିଲେ। ସେ ସମୟରେ ମଦନିଶାରେ ଥିବା ଗୌରବ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ।

ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୃଜନ ଦାବି କରିଛନ୍ତି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ପାଟନା ପୁଲିସ ଠାରୁ ସୁରକ୍ଷା ଚାହିଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe