ମଦ ପିଇ ରେଳ ଧାରଣାକୁ କାର ଚଢ଼ାଇଦେଲେ ଯୁବକ, ତା'ପରେ...

Advertisment

ମଦ ପିଇ ରିଲ୍ସ କରିବାକୁ ରେଳ ଧାରଣାକୁ କାର ଚଢ଼ାଇଦେଲେ ଯୁବକ | ଭିଡିଓ ରେକର୍ଡ କରୁଥିବା ବେଳେ ଆସିଲା ଟ୍ରେନ | ଏହା ଦେଖି କାର ରେଳ ଧାରଣା ତଳକୁ ଆଣୁଥିବା ବେଳେ ଧାରଣାରେ ଫସିଲ କାର |

ମଦ ପିଇ ରିଲ୍ସ କରିବାକୁ ରେଳ ଧାରଣାକୁ କାର ଚଢ଼ାଇଦେଲେ ଯୁବକ | ଭିଡିଓ ରେକର୍ଡ କରୁଥିବା ବେଳେ ଆସିଲା ଟ୍ରେନ | ଏହା ଦେଖି କାର ରେଳ ଧାରଣା ତଳକୁ ଆଣୁଥିବା ବେଳେ ଧାରଣାରେ ଫସିଲ କାର |

GC

ଜୟପୁର: ରିଲ୍ସ କରିବା ପାଇଁ ମଦ ପିଇ ରେଳ ଧାରଣାକୁ କାର ଚଢ଼ାଇଦେଲେ ଯୁବକ | ଭିଡିଓ ରେକର୍ଡ କରୁଥିବା ବେଳେ ଆସିଲା ଟ୍ରେନ | ଏହା ଦେଖି କାର ରେଳ ଧାରଣା ତଳକୁ ଆଣୁଥିବା ବେଳେ ଧାରଣାରେ ଫସିଲା କାର | ରାଜସ୍ଥାନର ଜୟପୁରରେ ଘଟିଛି ଏଭଳି ଘଟଣା | ପୁଲିସ ଏବେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି | ତେବେ ମାଲବାହୀ ଟ୍ରେନ ଚାଳକ ଠିକ ସମୟରେ ଟ୍ରେନ ଅଟକାଇବାରୁ ଯୁବକଙ୍କ ଜୀବନ ବଞ୍ଚିପାରିଥିବା ସାମ୍ନାକୁ ଆସିଛି |

ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଠିକ ସମୟରେ ଟ୍ରେନ ଅଟକିଯିବା ପରେ ଅଭିଯୁକ୍ତଜଣକ ଗାଡିକୁ ରେଳ ଧାରଣାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି | ତାଙ୍କ ୪କଡ଼ରେ କିଛି ଲୋକ ଓ ପୁଲିସକର୍ମୀ ଠିଆ ହୋଇଛନ୍ତି | ଯୁବକଜଣଙ୍କ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କିଛି ସମୟ କାର ହଟାଇବାକୁ ଚେଷ୍ଟା କରିବା ପରେ କାରଟି ରେଳ ଧାରଣାରୁ ତଳକୁ ଖସି ଯାଉଛି | ଏହା ପରେ ସେ ଦ୍ରୁତ ଗତିରେ କାରକୁ ରାସ୍ତାକୁ ନେଇ ଆସୁଛନ୍ତି | ପୁଲିସ ଗିରଫ କରିବ ବୋଲି ଭାବି ସେ ଆଉ ନଅଟକି ଦ୍ରୁତ ଗତିରେ କାରକୁ ନେଇ ସେଠାରୁ ପଳାଉଛନ୍ତି | 

ତେବେ ଏହି ସମୟରେ ୩ଜଣ ବ୍ୟକ୍ତି ଆହତ ହେବାରୁ ପୁଲିସ ଅଭିଯୁକ୍ତର ପିଛା କରି ତାକୁ ଗିରଫ କରିଥିବା ସହ କାରକୁ ମଧ୍ୟ ଜବତ କରିଥିବା ଜଣାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe