ମଦମୁକ୍ତ ରାଜ୍ୟରେ ମଦମୃତ୍ୟୁ: ଏଥର ବିହାର ପାଳି; ୧୩ ମୃତ, ୧୭ ଅନ୍ଧ ହୋଇଗଲେ

Advertisment
ବିହାରରେ ବିଷାକ୍ତ ମଦ ପିଇ ୨୨ ମୃତ

NCR News

ପାଟନା : ବିହାରର ସାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ୧୭ ଜଣ ଦୃଷ୍ଟିଶକ୍ତି ହରାଇ ଦେଇଛନ୍ତି। ସାରଣ ଜିଲ୍ଲାର ମକେର ଏବଂ ଭେଲ୍‌ଦି ଗ୍ରାମରେ ଏହି ବିଷାକ୍ତ ମଦ ମୃତ୍ୟୁ ହୋଇଛି। ୧୧ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କୁ ଛାପ୍ରା ସଦର ହସ୍ପିଟାଲ ଏବଂ ପାଟନା ପିଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ ଏହି ବ୍ୟକ୍ତିମାନେ ବିଭିନ୍ନ ସ୍ଥାନରେ ମଦ ପିଇଥିଲେ। ଗୁରୁବାର ସକାଳେ ପ୍ରଥମେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ଏହି ସଂଖ୍ୟା ୧୩ରେ ପହଞ୍ଚିଛି।

ବିହାରରେ ୨୦୧୬ରୁ ମଦ ନିଷିଦ୍ଧ ହୋଇଥିଲେ ମଧ୍ୟ ଚୋରା ମଦର ଅବାଧ କାରବାର ଚାଲିଛି ଏବଂ ଗୋଟିଏ ପରେ ଗୋଟିଏ ମଦମୃତ୍ୟୁ ମାମଲା ରାଜ୍ୟ ସରକାର ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳମାନେ ନୀତୀଶ ସରକାରକୁ ଘେରିଛନ୍ତି। ଗୋଟିଏପଟେ ରାଜ୍ୟ ସରକାର ମଦ ବନ୍ଦ ଯୋଗୁଁ ଅବକାରୀ ରାଜସ୍ବ ହରାଉଥିବା ବେଳେ ଅନ୍ୟପଟେ ରାଜ୍ୟରେ ବିଷାକ୍ତ ମଦର ବନ୍ୟା ଲୋକଙ୍କ ଜୀବନ ନେଉଛି ବୋଲି ଆର୍‌ଜେଡି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe