ରାଜସ୍ଥାନରେ ଏଣିକି ରାତି ୮ଟା ପରେ ଆଉ ମିଳିବନି ମଦ

Advertisment
ରାଜସ୍ଥାନରେ ଏଣିକି ରାତି ୮ଟା ପରେ ଆଉ ମିଳିବନି ମଦ

ଜୟପୁର: ରାଜସ୍ଥାନରେ ଏଣିକି ରାତି ୮ଟା ପରେ ଆଉ ମିଳିବ ନାହିଁ ମଦ। କାରଣ, ରାତି ୮ଟା ପରେ ରାଜ୍ୟରେ ମଦ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜସ୍ଥାନ ସରକାର।

ନିକଟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅଶୋକ ଗେହଲଟ୍‌ ଗତ ଶନିବାର ଦିନ ଏକ ଆଦେଶନାମା ଜାରି କରିଛନ୍ତି। ଜାରି ହୋଇଥିବା ଏହି ନୂତନ ଆଦେଶନାମାରେ ସମଗ୍ର ରାଜସ୍ଥାନରେ ରାତି ୮ଟା ପରେ ମଦ ବିକ୍ରୟ ଉପରେ ନିଷଷଧାଦେଶ ଜାରି କରାଯାଇଛି। ଯିଏ ଏହି ଆଦେଶନାମାର ଅମାନ୍ୟ କରିବ ଅଥବା ଯିଏ ରାତି ୮ଟା ପରେ ମଦ ବିକ୍ରୟ କରୁଥିବା ଦୃଷ୍ଟିକୁ ଆସିବ, ତେବେ ତା’ ଠାରୁ ଆର୍ଥିକ ଜରିମାନା ଆଦାୟ କରାଯିବା ସହ ତା’ର ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯିବ ବୋଲି ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍‌।

publive-image

ଏଥିସହ ସରକାରଙ୍କ ପକ୍ଷରୁ ଜାରି କରା ଯାଇଥିବା ଏହି ନିଷେଧାଦେଶକୁ କାଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଅବକାରୀ ବିଭାଗକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe