Image Courtesy of India Today
ନୂଆଦିଲ୍ଲୀ: ଜ୍ଞାନବାପି ମସ୍ଜିଦ୍ ମାମଲାରେ ସାମାଜିକ ଗଣମାଧ୍ୟମ ପୋଷ୍ଟ୍ ଯୋଗୁଁ ଗିରଫ ହୋଇଥିବା ପ୍ରଫେସର୍ଙ୍କ ମୁକ୍ତି ଦାବି କରି ଆଜି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶୀକ୍ଷାର୍ଥୀମାନେ ‘ଆର୍ଟ ଫାକଲଟି’ ବାହାରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟର ହିନ୍ଦୁ ମହାବିଦ୍ୟାଳୟର ପ୍ରଫେସର୍ ରତନ ଲାଲ୍ଙ୍କୁ ଶୁକ୍ରବାର ରାତିରେ ଗିରଫ କରାଯାଇଥିଲା।
ପୁଲିସ କହିବା ଅନୁସାରେ, ହିନ୍ଦୁ କଲେଜରେ ଅଧ୍ୟାପନା କରୁଥିବା ପ୍ରଫେସର୍ ରତନ ଲାଲ୍ଙ୍କୁ ଉତ୍ତର ଦିଲ୍ଲୀର ‘ସାଇବର୍ ଥାନା’ ଅଧିକାରୀମାନେ ଗିରଫ କରିଛନ୍ତି। ଦିଲ୍ଲୀର ଜଣେ ଓକିଲଙ୍କ ଅଭିଯୋଗକୁ ଆଧାର କରି ମଙ୍ଗଳବାର ରାତିରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରାଯାଇଥିଲା। ଅଭିଯୋଗ ପତ୍ରରେ ଆଡ୍ଭୋକେଟ୍ ବିନୀତ ଜିନ୍ଦଲ୍ କହିଛନ୍ତି, ଶିବଲିଙ୍ଗ ଉପରେ ପ୍ରଫେସର୍ ଲାଲ୍ ନିକଟ ଅତୀତରେ ଟୁଇଟର୍ରେ ଅପମାନସୂଚକ, ହିଂସା ଓ କ୍ରୋଧ ଉଦ୍ରେକକାରୀ ପୋଷ୍ଟ୍ ସେୟାର୍ କରିଥିଲେ।
Image Courtesy of India Todayଟୁଇଟର୍ ଆକାଉଣ୍ଟ୍ରେ ପ୍ରଫେସର୍ ଲାଲ୍ ଦେଇଥିବା ବିବୃତି କ୍ରୋଧ ଉଦ୍ରେକକାରୀ ବୋଲି ସେ କହିଛନ୍ତି। ଏହି ମାମଲା ଖୁବ୍ ସ୍ପର୍ଶକାତର ଏବଂ ଏହା ଅଦାଲତରେ ବିଚାରାଧୀନ ରହିଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଆପଣା ପୋଷ୍ଟ୍କୁ ଯଥାର୍ଥ ଦର୍ଶାଇବାକୁ ଯାଇ ପ୍ରଫେସର୍ ଲାଲ୍ ପୂର୍ବରୁ କହିଥିଲେ, ଭାରତରେ ଆପଣ ଯଦି କୌଣସି ବିଷୟରେ କହିବେ, କାହାରି ନା, କାହାରି ଭାବାବେଗକୁ ଆଘାତ କରିବ। ତେଣୁ, ଏଇଟା ନୂଆ କଥା ନୁହେଁ। ମୁଁ ଜଣେ ଐତିହାସିକ ହୋଇଥିବାରୁ ବହୁ ପର୍ଯ୍ୟବେକ୍ଷଣ କରିଛି। ପୋଷ୍ଟ୍ରେ ଏ କଥା ଲେଖିବା ବେଳେ ମୁଁ ଖୁବ୍ ସତର୍କତା ଅବଲମ୍ବନ କରିଛି।
ପ୍ରଫେସର୍ ଲାଲ୍ଙ୍କ ଗିରଫଦାରିକୁ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ନିନ୍ଦା କରିଛନ୍ତି।
Follow Us