ଉତ୍ସବ ବେଳେ ପାଚେରି ଡେଇଁ ଲୋକେ ଉତ୍ପୀଡ଼ିତ କରିଥିବା ଅଭିଯୋଗ କଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ମହିଳା କଲେଜ ଛାତ୍ରୀ

Advertisment
ଉତ୍ସବ ବେଳେ ପାଚେରି ଡେଇଁ ଲୋକେ ଉତ୍ପୀଡ଼ିତ କରିଥିବା ଅଭିଯୋଗ କଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ମହିଳା କଲେଜ ଛାତ୍ରୀ

Image Courtesy of India Today

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଉତ୍ସବ ଚାଲିଥିବା ବେଳେ କ‌େତେକ ଲୋକ ପାଚେରି ଚଢ଼ି ପରିସର ଭିତକୁ ଆସି ଏକାଧିକ ଛାତ୍ରୀଙ୍କୁ ଉତ୍ପୀଡ଼ନ ଦେଇଥିବା କଥା ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଥିବା ଇନ୍ଦ୍ରପସ୍ଥ ମହିଳା କଲେଜର ଛାତ୍ରୀମାନେ ଦାବି କରିଛନ୍ତି।

କିନ୍ତୁ, ଘଟଣା ସଂକ୍ରାନ୍ତରେ କଲେଜ ଅଧିକାରୀ କିଂବା ପୁଲିସଠାରୁ କୌଣସି ଜବାବ ମିଳିନାହିଁ।

‘ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌’ ଜଣେ କର୍ମୀଙ୍କ କହିବା ଅନୁସାରେ, ମିରାଣ୍ଡା, ଆଇ.ପି. (ମିରାଣ୍ଡା ହାଉସ୍‌ ଓ ଇନ୍ଦ୍ରପ୍ରସ୍ଥ କଲେଜ) ଦୁଇଟାଯାକ ଆମର। ମିରାଣ୍ଡା ଛାଡ଼ି ନ ଥିବାରୁ ‘ଆଇପି’ ବି ଛାଡ଼ିବୁ ନାହିଁ ବୋଲି କେତେକ ଲୋକ ଚିତ୍କାର କରି କହୁଥିଲେ।

‘ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌’ର ଦିଲ୍ଲୀ ବିଶ୍ବବିଦ୍ୟାଳ ୟୁନିଟ୍‌ର ସଚିବ ତଥା ପୂର୍ବତନ ଇନ୍ଦ୍ରପ୍ରସ୍ଥ ମହିଳା କଲେଜର ଛାତ୍ରୀ ଅଞ୍ଜଳି ସତ ବୋଲି ଜଣାପଡୁଥିବା ଉକ୍ତ ଘଟଣାର ଫଟୋ ଓ ଭିଡିଓ ସେୟାର୍‌ କରିଛନ୍ତି।

publive-image Image Courtesy of National Herald

ଫଟୋରେ ଦେଖାଯାଉଛି ୪ଜଣ ବ୍ୟକ୍ତି ଇନ୍ଦ୍ରପ୍ରସ୍ଥ ମହିଳା କଲେଜ ପାଚେରି ପାଖରେ ଠିଆ ହୋଇଥିବା ବେଳେ ଆଉ ଜଣେ ପାଚେରି ଚଢୁଛନ୍ତି। ଭିଡିଓ କ୍ଲପ୍‌ରେ ଦେଖାଯାଉଛି, ପରିସର ଛାଡ଼ି ଚାଲିଯିବାକୁ ପୁଲିସ କଲେଜ ଛାତ୍ରୀଙ୍କୁ କହୁଛି।

ଆଉ ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି, ଆଜି ଦୁର୍ବୃତ୍ତମାନେ ଇନ୍ଦ୍ରପ୍ରସ୍ଥ ମହିଳା କଲେଜ ଉତ୍ସବସ୍ଥଳୀକୁ ପଶି କେତେଜଣ ଛାତ୍ରୀଙ୍କୁ ଉତ୍ପୀଡ଼ନ ଦେବା ସହିତ ଜଣକୁ ଆହତ କରିଛନ୍ତି। ଦିଲ୍ଲୀ ପୁଲିସ ଉକ୍ତ ଦୁର୍ବୃତ୍ତମାନଙ୍କୁ ସେଠାରୁ ବାହାରକୁ ବାଟ କଢ଼ାଇ ନେଇଥିଲା। କିନ୍ତୁ, ଆମେ ଚାହୁଁ, ସେମାନଙ୍କୁ ଗିରଫ କରାଯାଉ।

ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ମଧ୍ୟ ଦିଲ୍ଲୀ ବିଶ୍ବବିଦ୍ୟାଳୟର ‘ଅଲ୍‌-ୱିମିନ୍‌ ମିରାଣ୍ଡା ହାଉସ୍‌ କଲେଜ୍‌’ର କେତେକ ଛାତ୍ରୀ ଅଭିଯୋଗ କରିଥିଲେ ଯେ, କ୍ୟାମ୍ପସ୍‌ରେ ମୁକ୍ତାକାଶ ଦିୱାଲୀ ଉତ୍ସବ ଚାଲିଥିବା ବେଳେ କେତେଜଣ ଲୋକ ପାଚେରି ଓ ଫାଟକ ଚଢ଼ି ଭିତରେ ପ୍ରବେଶ କରିଥିଲେ। ସେମାନେ ଝିଅମାନଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେବା ସହ ବାଜେ ସ୍ଲୋଗାନ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe