ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଅଭିମୁଖେ ଯାଉଥିବା ବିମାନକୁ ମିଳିଲା ବୋମା ଧମକ

Advertisment
ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଅଭିମୁଖେ ଯାଉଥିବା ବିମାନକୁ ମିଳିଲା ବୋମା ଧମକ

www.indiatoday.in

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଅଭିମୁଖେ ଯାଉଥିବା ଏକ ବିମାନକୁ ବୋମା ଧମକ ଦେଇଛି। ସୋମବାର ଇମେଲ ମାଧ୍ୟମରେ ଏହି ଧମକ ମିଳିଛି ବୋଲି ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ପ୍ରକାଶ।

ତେବେ ବିମାନ ଯାଞ୍ଚ କରିବା ପରେ ଏହା ଏକ ମିଥ୍ୟା ଧମକ ବୋଲି ଜଣାପଡ଼ିଛି। କାରଣ ବିମାନ ମଧ୍ୟରୁ ସେପରି କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ।

ସୋମବାର ସକାଳ ୯.୩୫ ରେ ଆଇଜି ବିମାନବନ୍ଦରରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (ଡିଆଇଏଏଲ୍‌) ଦ୍ୱାରା ଏହି ଇମେଲ୍ ଧମକ ମିଳିଥିଲା।

ଜୁନ୍ ୧୭ ତାରିଖରେ ସକାଳ ୯.୩୫ରେ ଦିଲ୍ଲୀରୁ ଦୁବାଇ ଯାଉଥିବା ବୋମା ବିସ୍ଫୋରଣ ଧମକ ମିଳିବାରୁ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକତା ସତର୍କତା ଅବଲମ୍ବନ କରାଯାଇଥିଲା।

ଦିଳ୍ଲୀ ବିମାନ ବନ୍ଦରକୁ ବୋମା ଧମକ ମିଳିବା କିଛି ନୂଆ କଥା ନୁହେଁ। ଏହି ମାସ ଆରମ୍ଭରେ, ଦିଲ୍ଲୀରୁ କାନାଡାର ଟରୋଣ୍ଟୋ ଅଭିମୁଖେ ଯାଉଥିବା ଏକ ବିମାନକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା। ପରେ ପୁଲିସ ଜାଣିବାକୁ ପାଇଲା ଯେ ଜଣେ ୧୩ ବର୍ଷର ବାଳକ ଉତ୍ତରପ୍ରଦେଶର ମେରୁଟରୁ ଏହି ମେଲ୍‌ ପଠାଇଥିଲା।

ବୋମା ଧମକ ମିଳିବା ପରେ ଦିଲ୍ଲୀ ବିମାନବନ୍ଦରରେ ସୋମବାର କିଛି ସମୟ ପାଇଁ ବାଧା ଉପୁଜିଥିଲା। ବିଦ୍ୟୁତ ବିଭ୍ରାଟ ହେତୁ କୌଣସି ବିମାନ ପ୍ରଭାବିତ ହୋଇନଥିଲେ ମଧ୍ୟ ଯାତ୍ରୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଯାଇ ଲମ୍ବା ଧାଡ଼ିରେ ଅପେକ୍ଷା କରି ଟର୍ମିନାଲ୍ ୩ରେ ଚକ୍କର କାଟୁଥିବା ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe