ସୋସିଆଲ ମିଡିଆ ଜରିଆରେ ଛାଡ଼ପତ୍ର ଦେବାର କାରଣ କହିଲେ ୟୁଏଇ ପ୍ରଧାନମନ୍ତ୍ରୀଙ୍କ ଝିଅ

Advertisment
ସୋସିଆଲ ମିଡିଆ ଜରିଆରେ ଛାଡ଼ପତ୍ର ଦେବାର କାରଣ କହିଲେ ୟୁଏଇ ପ୍ରଧାନମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: ଦୁବାଇର ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ଝିଅ ଶେଖା ମାହରା ବିନ୍ତ ତାଙ୍କର ସୌନ୍ଦର୍ଯ୍ୟ ଓ ଷ୍ଟାଇଲିସ ଲୁକ ପାଇଁ ଚର୍ଚ୍ଚାରେ ଥାଆନ୍ତି। ମାହରା ସମ୍ପ୍ରତି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଚଳିତ ଚର୍ଚ୍ଚା ମାହରାଙ୍କ ସୌନ୍ଦର୍ଯ୍ୟ କି ଷ୍ଟାଇଲିସ ଲୁକ ପାଇଁ ନୁୁହେଁ ଏହା ହେଉଛି ସେ  ସୋସିଆଲ ମିଡିଆ ଜରିଆରେ ତାଙ୍କ ସ୍ବାମୀଙ୍କୁ ଦେଇଥିବା ତିନତଲାକ ପାଇଁ ହେଉଛି।

ଗତକାଲି ମାହରା ଇନଷ୍ଟାଗ୍ରାମରେ ସ୍ବାମୀଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମାହରା ଏହି ପୋଷ୍ଟରେ ଲେଖିଛନ୍ତି , ‘ପ୍ରିୟର ସ୍ବାମୀ.. ଯେମିତି କି ଆପଣ ଏବେ ଅନ୍ୟ ଲୋକଙ୍କ ସହିତ ବ୍ୟସ୍ତ ଅଛନ୍ତି। ଏହି ବ୍ୟସ୍ତତା ଭିତରେ ମୁଁ ଆପଣଙ୍କୁ ତଲାକ ଦେବା ପାଇଁ ନିଷ୍ପତ୍ତି ନେଇଛି। ତେଣୁ ମୁଁ ଆପଣଙ୍କୁ ତଲାକ ଦେଉଛି। ମୁଁ ଆପଣଙ୍କୁ ତଲାକ ଦେଉଛି। ତେଣୁ ମୁଁ ଆପଣଙ୍କୁ ତଲାକ ଦେଉଛି । ଏଣିକି ନିଜର ଧ୍ୟାନ ରଖିବ। ଆପଣଙ୍କ ପୂର୍ବତନ ପତ୍ନୀ।’

ଏହି ତିନତଲାକକୁ ନେଇ ମାହରା କହିଛନ୍ତି, ‘ଗତବର୍ଷ ଅର୍ଥାତ ୨୦୨୩ ମଇ ୨୭ ତାରିଖରେ ଶେଖ ମନା ବିନ ମକତୁମଙ୍କ ସହିତ ମୋର ବିବାହ ହୋଇଥିଲା। ଗତଦୁଇମାସ ତଳେ ମୁଁ ଏକ କନ୍ୟା ସନ୍ତାନ ଜନ୍ମ ଦେଇ ମା’ ହୋଇଛି।

ବିବାହ ପରେ ଶେଖଙ୍କ ସହିତ ବୈବାହିକ ଜୀବନ ଠିକଠାକ ଚାଲିଥିଲା। କିନ୍ତୁ କିଛିଦିନ ହେବ ଶେଖ ମନା ବିନ ମକତୁମ ଅନ୍ୟ ଲୋକଙ୍କ ସହିତ ଖୁବ ବ୍ୟସ୍ତ ରହିବାକୁ ଲାଗିଛନ୍ତି। ଘର ସ୍ତ୍ରୀ ଓ ଛୁଆ ପାଇଁ ତାଙ୍କ ପାଖରେ ସମୟ ନାହିଁ। ଭାବିଥିଲି କିଛିଟା କାମ ବ୍ୟସ୍ତତ‌ା ହେତୁ ସେ ଏପରି ସ୍ବଭାବ ଦେଖାଉଛନ୍ତି ପ‌ରେ ବଦଳିଯିବେ। କିନ୍ତୁ ଧୀରେଧୀରେ ତାଙ୍କ ସ୍ଭଭାବରେ ହେଉଥିବା ପରିବର୍ତ୍ତନ ଦେଖି ମୋତେ ଭଲ ଲାଗି ନଥିଲା। ପ୍ରତିଦିନ ଅଶାନ୍ତିରେ ଦିନ କାଟିବା ଅପେକ୍ଷା ତିନତଲାକ ଦେଇ ଉକ୍ତ ସମ୍ପର୍କରେ ପୁନଃଚ୍ଛେଦ ପକାଇବାକୁ ଉଚିତ ମଣିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe