୨୩ କୋଟିର ବଙ୍ଗଳା କିଣିଥିଲା ଦୁବେ, ଅଛି ୧୧ ଘର, ୧୬ ଫ୍ଲାଟ

ଇଡି ତଦନ୍ତ ଆରମ୍ଭ

୨୩ କୋଟିର ବଙ୍ଗଳା କିଣିଥିଲା ଦୁବେ, ଅଛି ୧୧ ଘର, ୧୬ ଫ୍ଲାଟ

ନୂଆଦିଲ୍ଲୀ: କାନପୁରର କୁଖ୍ୟାତ ଅପରାଧୀ ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହେବାପରେ ତା’ର ବେଆଇନ ସାମ୍ରାଜ୍ୟର ଖୋଳତାଡ଼ ଆରମ୍ଭ ହୋଇଯାଇଛି। ଦୁବେ ଏବଂ ତା' ପରିବାର ସଦସ୍ୟ ଓ ସହଯୋଗୀମାନଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ବିସ୍ତୃତ ରିପୋର୍ଟ କାନପୁର ପୁଲିସଠାରୁ ମାଗିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏନେଇ ଇଡି ତଦନ୍ତ ଆରମ୍ଭ କରିଦେଇଛି। ବିକାଶ ଦୁବେର ସମ୍ପତ୍ତି ଜବତ ହେବ ବୋଲି ପୂର୍ବରୁ କାନପୁର ପୁଲିସ ଘୋଷଣା କରିଥିଲା। ଏବେ ଇଡି ଏହି ମାମଲାର ହସ୍ତକ୍ଷେପ କରିଥିବାରୁ ଖୁବ୍‌ଶୀଘ୍ର ବିକାଶ ଦୁବେର ସମ୍ପତ୍ତି ଜବତ ହେବ ବୋଲି କୁହାଯାଉଛି। ପୁଲିସ ସୂଚନାନୁଯାୟୀ ବିକାଶ ଦୁବେର ସହଯୋଗୀମାନେ ୟୁଏଇ, ଥାଇଲାଣ୍ଡ୍‌ରେ ଅନେକ ଘର କିଣିଛନ୍ତି।

ଦୁ‌ବେ ଗତ ୩ ବର୍ଷ ମଧ୍ୟରେ ୧୪ଟି ରାଷ୍ଟ୍ର ଭ୍ରମଣ କରିଛି। ନିକଟରେ ସେ ୨୩ କୋଟି ଟଙ୍କାର ଏକ ବଙ୍ଗଳା ଲକ୍ଷ୍ନୌରେ କିଣିଥିଲା। କେବଳ ଉତ୍ତରପ୍ରଦେଶରେ ଦୁବେର ୧୧ଟି ଘର ଏବଂ ୧୬ଟି ଫ୍ଲାଟ୍‌ ରହିଛି। ଦୁବେର ଏତେ ବିପୁଳ ସମ୍ପତ୍ତି ଠାବ ହେବା ସମସ୍ତଙ୍କୁ ବିସ୍ମିତ କରିଛି। ପୁଲିସ ରିପୋର୍ଟରୁ ଜଣାପଡ଼ିଛି ଯେ ବିଦେଶରେ ମଧ୍ୟ ଦୁବେର ଘର ରହିଛି। ଦୁବେ ୧୪ଟି ରାଷ୍ଟ୍ର ବୁଲିଥିବାରୁ ବିଦେଶୀ ଅପରାଧୀଙ୍କ ସହିତ ମଧ୍ୟ ତା’ର ସଂପର୍କ ଥିବା କୁହାଯାଉଛି। ଦୁବେ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରିଥିବାରୁ ଏହାର ଉତ୍ସ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି। କାନ୍‌ପୁର ଗୁଳିକାଣ୍ଡରେ ଦୁବେ ଗ୍ୟାଙ୍ଗ୍‌ ଏକେ-୪୭ ବନ୍ଧୁକ ବ୍ୟବହାର କରିଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe