ଟ୍ରାଫିକ୍‌ ଜାମ୍‌ ଯୋଗୁ କାର୍‌ ଛାତ ଉପରେ ବସି ମଦ ପିଇଲେ

Advertisment
ଟ୍ରାଫିକ୍‌ ଜାମ୍‌ ଯୋଗୁ କାର୍‌ ଛାତ ଉପରେ ବସି ମଦ ପିଇଲେ

Times Now

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ଟ୍ରାଫିକ୍ ଜାମ୍ ହେଲେ ଏଠାରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିବାକୁ ହୁଏ। ଟ୍ରାଫିକରେ ଅଟକି ରହିଥିବା ଲୋକମାନେ ପ୍ରାୟତଃ ମ୍ୟୁଜିକ୍‌ ଶୁଣିଥାନ୍ତି କିମ୍ବା ଫୋନରେ କଥା ହୋଇଥାନ୍ତି। କିନ୍ତୁ ଗୁରୁଗ୍ରାମରୁ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଟ୍ରାଫିକ ଜାମରେ ଅଟକି ରହିଥିବା ଜଣେ ବ୍ୟକ୍ତି କାର୍‌ର ଛାତ ଉପରେ ବସି ମଦ୍ୟପାନ କରୁଛନ୍ତି। କାର୍‌ ଭିତରେ ବସିଥିବା ଦୁଇ ଜଣ ବ୍ୟକ୍ତି ଛାତ ଉପରେ ଥିବା ବ୍ୟକ୍ତିଙ୍କୁ ମଦଗ୍ଲାସ୍‌ ବଢ଼ାଇ ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। କୌତୂହଳବଶତଃ ଏହି ଦୃଶ୍ୟକୁ କେହି ରେକର୍ଡ କରି ଭାଇରାଲ କରିଥିଲେ। ଏହି ଭିଡ଼ିଓ ଭାଇରାଲ ହେବା ପରେ ୟୁଜର୍ସମାନଙ୍କ ମଧ୍ୟରେ କୌତୂହଳ ସୃଷ୍ଟି ହୋଇଛି। ଆଉ କେତେକ ଏହି ଦୃଶ୍ୟକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe