Image Courtesy of Hindustan Times
ଚେନ୍ନାଇ: ତାମିଲନାଡ଼ୁରେ ଏକ ନକଲି ବ୍ୟାଙ୍କ ଶାଖା ଖୋଲିବା ଘଟଣା ପଦାକୁ ଆସିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ନାମରେ ଏହି ନକଲି ଶାଖା ଗତ ୩ ମାସରୁ ଅଧିକ ସମୟ ହେଲା କାର୍ଯ୍ୟ କରି ଆସୁଥିଲା। କୁଡ଼ାଲୋରର ପାନରୁତିଠାରେ ଏହି ଶାଖାଟି ଖୋଲିଥିଲା। ଏହି ଶାଖାକୁ ପୁଣି ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କ ପୁଅ ଖୋଲିଥିଲେ। ଏଠାରେ ବ୍ୟାଙ୍କର ନକଲି ରବର ଷ୍ଟାମ୍ପଠାରୁ ଆରମ୍ଭ କରି ନକଲି କାଗଜପତ୍ର ଆଦି ଉପଲବ୍ଧ ହେଉଥିଲା।
ଷ୍ଟେଟ ବ୍ୟାଙ୍କର ଜଣେ ଗ୍ରାହକ ଏହି ଶାଖା ସମ୍ପର୍କରେ ତାଙ୍କ ନିଜ ଶାଖାରେ ଜଣାଇଥିଲେ। ସେଠାରେ ନୂଆ ଶାଖା ନଥିବା ସମ୍ପର୍କରେ ସଂପୃକ୍ତ ଗ୍ରାହକଙ୍କୁ ସୂଚନା ଦେଇଥିଲେ। ଏହାପରେ ଅଧିକାରୀମାନେ ସଂପୃକ୍ତ ନକଲି ଶାଖା ଗସ୍ତରେ ଯାଇଥିଲେ। ସେଠାରେ ନକଲି ଶାଖାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁଲିସ ପୂର୍ବତନ ବ୍ୟାଙ୍କ ଅଫିସରଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ କମଳ ବାବୁ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ବ୍ୟାଙ୍କକୁ ରବର ଷ୍ଟାମ୍ପ ଏବଂ ନକଲି କାଗଜପତ୍ର ଛପାଉଥିବା ବ୍ୟକ୍ତି। କରୋନା ମହାମାରୀକୁ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଲକ୍ଡାଉନ୍ ସମୟରେ ଏହି ବ୍ୟାଙ୍କ ଖୋଲାଯାଇଛି। ତେବେ ଏହି ଶାଖାରେ କିଛି କାରବାର ହୋଇନାହିଁ କିମ୍ବା କେହି ଟଙ୍କା ହରାଇନାହାନ୍ତି।
Follow Us