ବାଂଲାଦେଶରୁ ଜବତ ହେଲା ପାକିସ୍ତାନରେ ଛପାଯାଇଥିବା ନକଲି ଭାରତୀୟ ଟଙ୍କା  

Advertisment
ବାଂଲାଦେଶରୁ ଜବତ ହେଲା ପାକିସ୍ତାନରେ ଛପାଯାଇଥିବା ନକଲି ଭାରତୀୟ ଟଙ୍କା  

Image Courtesy of Great Andhra

ଢାକା: ବାଂଲାଦେଶ ପୁଲିସ ୭ କୋଟିରୁ ଅଧିକ ମୂଲ୍ୟର ନକଲି ଭାରତୀୟ ଟଙ୍କା ଜବତ କରିଛି। ଏହି ନୋଟ୍ ଗୁଡିକ ପାକିସ୍ତାନରେ ଛପା ଯାଇଥିଲା ବୋଲି ତଦନ୍ତରୁ ଜଣାପଡିଛି । ଢାକାର ଏକ ଘରୁ ଶନିବାର ନକଲି ନୋଟ୍ ମିଳିଥିଲା। ଏହି ମାମଲାରେ ପୁଲିସ ଖିଲଖେଟ ଅଞ୍ଚଳରୁ ଫାଲୀମା ଅଖତର ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ପ୍ରାଥମିକ ଅନୁସନ୍ଧାନ କରିବା ପରେ ପୁଲିସ ଟିମ୍ ଦକ୍ଷିଣଖାନ ଅଞ୍ଚଳରେ ଥିବା ଏକ ଘରେ ମଧ୍ୟ ଚଢ଼ାଉ କରିଥିଲା ଓ ସେଠାରୁ ମଧ୍ୟ ନକଲି ଭାରତୀୟ ଟଙ୍କା ଜବତ କରିଥିଲା | ଏହି ଘଟଣାରେ ଫାଲୀମାଙ୍କ ସହଯୋଗୀ ଆବୁ ତାଲିବକୁ ମଧ୍ୟ ଗିରଫ କରାଯାଇଛି |

ଢାକା ପୁଲିସର ସୂଚନା ଅନୁଯାୟୀ, ଏହି ନୋଟଗୁଡିକ ପାକିସ୍ତାନରେ ତିଆରି କରାଯାଇଥିଲା | ଏହା ପରେ ଚାଲାଣକାରୀ କରାଚିରୁ ଶ୍ରୀଲଙ୍କା ଆଣିଥିଲେ | ତା’ପରେ ଜାହାଜରେ ଶ୍ରୀଲଙ୍କାରୁ ଏକ ମାର୍ବଲ କଣ୍ଟେନରରେ ବାଂଲାଦେଶର ଚିଟାଗଙ୍ଗ ବନ୍ଦରକୁ ଅଣାଯାଇଥିଲା | ଗିରଫ ଅଭିଯୁକ୍ତ ଆବୁ ତାଲିବ ପୁଲିସକୁ କହିଛି ଯେ ସେ ଦୁଇ ପାକିସ୍ତାନୀ ନାଗରିକ ସୁଲତାନ ଏବଂ ଶାଫିଙ୍କ ସହାୟତାରେ ଏହି ଟଙ୍କା ଆଣିଥିଲେ |

ପାକିସ୍ତାନୀ ନାଗରିକ ସୁଲତାନ ଏବଂ ଶାଫି ଅନ୍ତର୍ଜାତୀୟ ସ୍ମଗଲିଂ ଗ୍ୟାଙ୍ଗର ସଦସ୍ୟ ବୋଲି କୁହାଯାଉଛି। ଏହି ଅନ୍ତର୍ଜାତୀୟ ଚୋରା କାରବାରରେ ଫାତିମା ଏବଂ ଆବୁ ମଧ୍ୟ ଜଡିତ ଅଛନ୍ତି। ଢାକା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ନକଲି ନୋଟଗୁଡିକୁ ଭାରତରେ ପହଞ୍ଚାଇବାକୁ ଯୋଜନା କରାଯାଇଥିଲା | ତେବେ ଏହା ପୂର୍ବରୁ ପୁଲିସ ଗୁଇନ୍ଦା ସୂଚନା ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe