ନକଲି ପାଇଲଟଙ୍କ ଭରସାରେ ଯାଉଛନ୍ତି ପାକିସ୍ତାନର ଶହ ଶହ ବିମାନ ଯାତ୍ରୀ

Advertisment
ମଦ୍ୟପାନ କରି ଧରାପଡ଼ିଲେ ୩୩ ପାଇଲଟ୍‌

Image Source: India TV

କରାଚୀ: ନକଲି ପାଇଲଟଙ୍କ ଭରସାରେ ବିମାନରେ ଯାଉଛନ୍ତି ଶହ ଶହ ଯାତ୍ରୀ | ତେବେ ଏଭଳି ସ୍ଥିତି ଭାରତରେ ନୁହେଁ ବରଂ ପାକିସ୍ତାନରେ ଦେଖିବାକୁ ମିଳିଛି | ପାକିସ୍ତାନର ବିମାନ ଯାତ୍ରୀଙ୍କ ଜୀବନ ସହ କିଭଳି ଖେଳାଯାଉଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି | ଆଉ ପ୍ରମାଣ ପାଇବା ପରେ ପାକିସ୍ତାନ ସରକାର ୫୦ ଜଣ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛନ୍ତି। ନକଲି ଲାଇସେନ୍ସ ମାଧ୍ୟମରେ ବିମାନ ଉଡାଉଥିବା ୫୦ ପାଇଲଟଙ୍କ ଲାଇସେନ୍ସକୁ ସରକାର ରବିବାର ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଏହି ନକଲି ପାଇଲଟମାନେ କିପରି ଲାଇସେନ୍ସ ହାସଲ କରିଛନ୍ତି ତାହା ଅନୁସନ୍ଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଶର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAA) ଏ ସମ୍ପର୍କରେ କୋର୍ଟଙ୍କୁ ସୂଚନା ଦେଇଛନ୍ତି। ସୂଚନା ଥାଉ କି ମେ ୨୨ରେ କରାଚିରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା | ଆଉ ଏହି ଦୁର୍ଘଟଣାରେ ୯୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ନକଲି ଲାଇସେନ୍ସ ବାବଦରେ ଜଣାପଡିଥିଲା |

ପାକିସ୍ତାନର ବିମାନ ଚଳାଚଳ ମନ୍ତ୍ରୀ ସରବର ଖାନ ଗଣମାଧ୍ୟମକୁ କହିଛନ୍ତି ଯେ ଦେଶର ୮୬୦ ସକ୍ରିୟ ପାଇଲଟଙ୍କ ମଧ୍ୟରୁ ୨୬୦ ଜଣ ପାଇଲଟଙ୍କର ଲାଇସେନ୍ସ ନକଲି ବୋଲି ଜଣାପଡିଛି | ଲାଇସେନ୍ସ ପରୀକ୍ଷାରେ ଏହି ୨୬୦ ଜଣ କପି କରି ପାସ କରିଥିବାର ଜଣାପଡିଛି | ତେବେ ବେସାମରିକ ବିମାନ ଚଳାଚଳର ଅଧିକାରୀମାନେ ଇସଲାମାବାଦ ହାଇକୋର୍ଟଙ୍କୁ କହିଛନ୍ତି ଯେ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଆବଶ୍ୟକତା ଅନୁଯାୟୀ ସେମାନେ ୮୬୦ ଜଣ ବାଣିଜ୍ୟିକ ପାଇଲଟଙ୍କ ଲାଇସେନ୍ସ ସମୀକ୍ଷା କରିଛନ୍ତି ଏବଂ ବ୍ୟାପକ ଅନୁସନ୍ଧାନ ପରେ ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କ ଲାଇସେନ୍ସ ପ୍ରତ୍ୟାହାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe