କୋଲ୍‌କାତା ଦୁର୍ଗା ପ୍ରତିମା ମୁହଁରେ ରୁପା ମାସ୍କ, ଦଶ ହାତରେ ଗ୍ଲୋଭ୍‌ସ୍‌ ଓ ସାନିଟାଇଜର୍

କୋଲ୍‌କାତା ଦୁର୍ଗା ପ୍ରତିମା ମୁହଁରେ ରୁପା ମାସ୍କ, ଦଶ ହାତରେ ଗ୍ଲୋଭ୍‌ସ୍‌ ଓ ସାନିଟାଇଜର୍

Image Courtesy of Zee News

କୋଲ୍‌କାତା: ପଶ୍ଚିମବଙ୍ଗର ପ୍ରଧାନ ପର୍ବ ଦୁର୍ଗାପୂଜା ଆୟୋଜନରେ ଅନିଶ୍ଚିତତା ଦେଖା ଦେଇଥିବା ବ‌େଳେ କୋଭିଡ୍-୧୯ ବର୍ତ୍ତା ପ୍ରଚାର ନିମନ୍ତେ କୋଲ୍‌କାତାର ଏକ ଦୁର୍ଗାପୂଜା କ୍ଲବ୍ ଦେବୀ ପ୍ରତିମା ମୁହଁରେ ରୁପା ମାସ୍କ୍‌ ଏବଂ ଦଶ ହାତରେ ସାନିଟାଇଜର୍‌ ବୋତଲ ଧରାଇଛି।

ସୋମବାର ଦିନ ପ୍ରସାରିତ ହୋଇଥିବା ‘ଖୁଟି’ ପୂଜା ସମୟର ଫଟୋରେ ଦୁର୍ଗାଙ୍କର କୋଭିଡ୍-୧୯କାଳୀନ ରୂପ ପ୍ରଦର୍ଶିତ ହୋଇଛି। ଦୁର୍ଗାଙ୍କୁ ୪ ଗ୍ରାମ୍‌ରୁ ଅଧିକ ଓଜନର ଏକ ରୁପା ମାସ୍କ୍‌ ପିନ୍ଧାଇ ଦିଆଯାଇଛି। ଅସ୍ତ୍ରଶସ୍ତ୍ର ଓ ଫୁଲ ପରିବର୍ତ୍ତେ ଦୁର୍ଗାଙ୍କର ଗ୍ଲୋଭ୍‌ ପରିହିତ୧୦ ହାତରେ ରହିଛି ସାନିଟାଇଜର୍। ଗଳାରେ ଲମ୍ବିଛି କପଡ଼ା ମାସ୍କ୍‌ର ମାଳ।

ପୂଜା ଆସ୍ଥାନରେ ପ୍ରତିମା ତିଆରି ପୂର୍ବରୁ ପ୍ରଥମେ ପାରମ୍ପରିକ ଭାବେ ‘ଖୁଟି’ ପୂଜା କରାଯାଏ। ଦେବୀ ତିଆରି ହେଉଥିବା ମେଢ଼ର କାଠ ଖଡ଼ମା ପୂଜାକୁ ‘ଖୁଟି’ ପୂଜା କହନ୍ତି। ପ୍ରଥାନୁସାରେ ତାହା ବାହୁଡ଼ାଯାତ୍ରା ଦିନ ଅନୁଷ୍ଠିତ ହୁଏ, କିନ୍ତୁ ଏ ବର୍ଷ କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ସେଥିରେ ବିଳମ୍ବ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe