ବିନା ପୁଲିସ୍‌ ଅନୁମତିରେ ପଶ୍ଚିମବଙ୍ଗରେ ହେବ ନାହିଁ ମୂର୍ତ୍ତି ବିସର୍ଜନ

ବିନା ପୁଲିସ୍‌ ଅନୁମତିରେ ପଶ୍ଚିମବଙ୍ଗରେ ହେବ ନାହିଁ ମୂର୍ତ୍ତି ବିସର୍ଜନ

କୋଲକାତା: ମୂର୍ତ୍ତି ବିସର୍ଜନ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟ ନିଷ୍ପତ୍ତି ଶୁଣାଇବା ପରେ ଏବେ ମହରମ୍‌ ଦିନ ମୂର୍ତ୍ତି ବିସର୍ଜନ ପୂର୍ବରୁ ରାଜ୍ୟ ସରକାର ପୁଲିସ୍‌କୁ ସୂଚୀତ କରାଇ ଏବଂ ଅନୁମତି ନେଇ ବିସର୍ଜନ କରିବେ ବୋଲି ଘୋଷଣା କରାଯାଇଛି। ବିସର୍ଜନ ସମୟରେ ପୁଲିସ୍‌ ସୁରକ୍ଷା ପ୍ରଦାନ କରିବ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୂର୍ତ୍ତି ବିସର୍ଜନ ନେଇ ମମତା ବାନାର୍ଜୀ ଏକ ଘୋଷଣା କରିଥିଲେ। ସଂଧ୍ୟା ୬ଟା ସୁଦ୍ଧା ମୂର୍ତ୍ତି ବିସର୍ଜନ କରିବା ପାଇଁ ରାଜ୍ୟ ସରକାର ନିୟମ ଜାରି କରିଥିଲେ। ଏ ନେଇ ରାଜ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା। ପରେ କୋର୍ଟ ଏହି ନିୟମ ବିରୋଧରେ ଯାଇଥିଲେ। ମୁମ୍ବାଇ, ଦିଲ୍ଲୀ ପରି ବଡ଼ ବଡ଼ ସହରଗୁଡ଼ିକରେ ବିସର୍ଜନର ସମୟସୀମା ରାତି ୧୦ ରଖାଯାଇଥିବା ବେଳେ ସଂଧ୍ୟା ୬ଟା ଭିତରେ ବିସର୍ଜନ ପାଇଁ ନିମୟ ଜାରି ଅସଙ୍ଗତ ବୋଲି ଦର୍ଶାଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅସ୍ୱୀକାର କରିଛନ୍ତି। ଅନ୍ୟ ରଜ୍ୟଗୁଡ଼ିକ ପରି ପଶ୍ଚିମବଙ୍ଗରେ ବି ରାତି ୧୦ଟା ପର୍ଯ୍ୟନ୍ତ ବିସର୍ଜନ କରାଯାଇ ପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗରେ ବିଜୟା ଦଶମୀ ଦିନ ମୂର୍ତ୍ତି ବିସର୍ଜନକୁ ନେଇ ବିବାଦ ଚାଲିଥିବା ବେଳେ ହାଇକୋର୍ଟଙ୍କ ଆଦେଶ ଆସିବା ପରେ ମମତା ବାନାର୍ଜୀଙ୍କ ସରକାରକୁ ଶକ୍ତ ଧକ୍କା ଲାଗିଥିଲା। ମମତା ୨ ସଂପ୍ରଦାୟ ଭିତରେ ପାଚେରି ସୃଷ୍ଟି କରୁଛନ୍ତି। ପୂର୍ବରୁ ମହରମ୍‌ ଏବଂ ଦୁର୍ଗାପୂଜା ନେଇ ରାଜ୍ୟରେ କେବେ ଏ ପରିସ୍ଥିତି ଉପୁଜି ନଥିଲା ବୋଲି କୋର୍ଟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe